ଭୁବନେଶ୍ୱର, ଓମ୍ଫେଡର କଂଟ୍ରାକ୍ଚୁଆଲ୍ ଡ୍ରାଇଭର ମାନେ ମଙ୍ଗଳବାର ଦିନ ଆନ୍ଦୋଳନକୁ ଓହ୍ଲାଇଥିବା କାରଣରୁ ଭୁବନେଶ୍ୱର ଓ କଟକ ଦୁଇ ସହରରେ ଦୁଗ୍ଧ ଯୋଗାଣ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଓମଫେଡ ନରାଜ ପ୍ଲାଣ୍ଟରେ କଂଟ୍ରାକ୍ଚୁଆଲ୍ ଡ୍ରାଇଭର ମାନେ ଆଜି ସକାଳୁ କାର୍ଯ୍ୟ ବନ୍ଦ କରି ଏହି ଆନ୍ଦୋଳନ କରିଛନ୍ତି। ଗତ କିଛି ଦିନ ତଳେ ଏକ ଭ୍ୟାନରୁ ୧୦୦ ଲିଟର ଦୁଧ ଉଦ୍ଧାର ହେବା ପରେ ଜଣେ ଡ୍ରାଇଭରକୁ ପୋଲିସ ଗିରଫ କରିଥିଲା ।