ଭୁବନେଶ୍ୱର– ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରବାସୀ ଭାରତୀୟମାନେ ପୁରୀ ଭୁବନେଶ୍ୱର ସମେତ ତିରିଶରୁ ଅଧିକ ପର୍ଯ୍ୟଟନ କ୍ଷେତ୍ର ବୁଲିବେ । ଓଡିଶାର ବିକାଶ ସଂଗେ ତାଙ୍କୁ ଯୋଡିବାକୁ ଯାହା ପ୍ରକ୍ରିୟା, ଓଡିଶା ସରକାର ସମସ୍ତ ପ୍ରସ୍ତୁତି ସାରିଛନ୍ତି । ଜାନୁଆରୀ 1, 2 ଏବଂ ତିନି ତାରିଖରେ ଚୂଡାନ୍ତ ପର୍ଯ୍ୟାୟର ସମୀକ୍ଷା ହେବ । ମୁଖ୍ୟମନ୍ତ୍ରୀ ଏହାକୁ ସମୀକ୍ଷା କରିବେ । ପ୍ରବାସୀ ଭାରତୀୟମାନେ ଓଡିଶାକୁ ଥରେ ଆସିଲେ, ଓଡିଶାର ଆକର୍ଷଣ ତାଙ୍କ ହୃଦୟକୁ ସବୁବେଳେ ବାନ୍ଧି ରଖିବ, ସେଭଳି ଏକ ପ୍ରସ୍ତୁତିର ଲକ୍ଷ ନେଇ ଚାଲିଛୁ ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
January 22, 2025