ନୂଆଦିଲ୍ଲୀ- ଆଜି ଗୋଆ ମୁକ୍ତି ଦିବସ ଅବସରରେ ସେହି ଲୋକଙ୍କ ପୁଣ୍ୟ ସ୍ମରଣ କରିଛି ଦେଶ, ଯେଉଁମାନେ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ବଳିଦାନ ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ତରଫରୁ ଏହି ଯୋଦ୍ଧାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ସେ ଗୋଆବାସୀଙ୍କ ସୁଖଦ ଭବିଷ୍ୟତ କାମନା କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଗୋଆ ମୁକ୍ତି ଦିବସରେ ଦେଶର ସେହି ବାହାଦୁରଙ୍କୁ ଶ୍ରଦ୍ଧାଂଜଳି ଜଣାଉଛି । ଯେଉଁମାନେ ଔପନିବେଶିକ ଶାସନରୁ ଗୋଆକୁ ମୁକ୍ତ ପାଇଁ ନିସ୍ୱାର୍ଥ ବଳିଦାନ ଦେଇଥିଲେ । ମୁଁ ସ୍ୱାଧୀନତା ସଂଗ୍ରମୀ ଓ ଆମର ସଶସ୍ତ୍ର ବଳର ସେହି ଅସାଧାରଣ ସାହସ ଓ ଅତୁଟ ସମର୍ପଣ ପାଇଁ ସଲାମ କରୁଛି । ସେ ଏହି ଅବସରରେ ଗୋଆବାସୀଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କ ସମୃଦ୍ଧ ଭବିଷ୍ୟତ କାମନା କରିଛନ୍ତି ।
Related Stories
January 21, 2025