କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ASI ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଆରମ୍ଭ ହୋଇଅଛି। ଚଳିତ ପହିଲି ଭୋଗ ମାସରେ ତା 17 ଡିସେମ୍ବର 24 ରିଖ ଠାରୁ ରତ୍ନଭଣ୍ଡାର ଗୃହ ମରାମତି କରାଯିବା ପାଇଁ ଛତିଶା ନିଯୋଗ ବୈଠକରେ ପୂର୍ବରୁ ସ୍ଥିର କରାଯାଇଥିଲା l ଧାର୍ଯ୍ୟ ନୀତିକାନ୍ତି ଅନୁସାରେ, ସକାଳୁ ସମସ୍ତ ନୀତି ସମ୍ପାଦିତ ହୋଇଥିଲା l ଏହାପରେ ପ୍ରସ୍ତୁତି ସହ ASI ବୈଷୟିକ ଦଳ ରତ୍ନ ଭଣ୍ଡାର କାର୍ଯ୍ୟ ପାଇଁ ପ୍ରବେଶ କରିବା ସହ ମରାମତି ସମ୍ପର୍କିତ କାର୍ଯ୍ୟ ଆରମ୍ଭ କରିଛନ୍ତି l
ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସୂଚାରୂ ରୂପେ ଆରମ୍ଭ ହୋଇଥିବା ବେଳେ ଏସମ୍ପର୍କିତ ନୀତି ଶୃଙ୍ଖଳା ତଥା ସହଯୋଗ ସକାଶେ ସମସ୍ତ ସେବାୟତ ନିଯୋଗ, ପାଳିଆ ସେବକ, ASI ଟିମ୍, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସର ସମ୍ପୃକ୍ତ କର୍ମଚାରୀଙ୍କ ସମେତ ସମସ୍ତ ଭକ୍ତ ଗଣ ଏବଂ ଗଣମାଧ୍ୟମ ବନ୍ଧୁ ମାନଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ ଆନ୍ତରିକ କୃତଜ୍ଞତା ଏବଂ ଧନ୍ୟବାଦ ଅର୍ପଣ କରିଛନ୍ତି।
Related Stories
January 16, 2025