ବଲାଙ୍ଗିର– ଶାନ୍ତିଲତା ଉଦ୍ଗାତାଙ୍କ ୮୨ ବର୍ଷ ବୟସରେ ଆଜି ମାଲପଡା ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା ମହିଳା ଥିଲେ । ତାଙ୍କ ଶେଷ ସମୟରେ ତିନି ପୁତ୍ର ଆଶୁତୋଷ, ଶିକ୍ଷାବିଦ୍ ରାଜେଶ, ରିତେଶ ଓ ତାଙ୍କର ୪ ଝିଅ ସବିତାଞ୍ଜଳି, ସଂଯୁକ୍ତା, ସିଗ୍ଧା ଏବଂ ସ୍ମିତା ତଥା ତାଙ୍କ ନାତି ନାତୁଣି ଓ ତାଙ୍କ ଭାଇ ରବିନ୍ଦ୍ର ନନ୍ଦ, ଭଉଣି ସୁରୁଚି ଏବଂ ସୁପ୍ରଭା ଉପସ୍ଥିତ ଥିଲେ । ମୁଖାଗ୍ନି ରାଜେଶ ଉଦ୍ଗାତା ଦେଇଥିଲେ । ତାଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି ।