![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ମହାକୁମ୍ଭ ନଗର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତୀର୍ଥରାଜ ପ୍ରୟାଗରାଜର ପବିତ୍ର ଭୂମିରେ ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା କରି ଜାନୁୟାରୀ 13ରୁ ଫେବୃୟାରୀ 26 ଯାଏ ହେବାକୁ ଥିବା ମହାକୁମ୍ଭର ସଫଳ ଆୟୋଜନର କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଗଙ୍ଗା, ଯମୁନା ଓ ସରସ୍ୱତରର ତ୍ରିବେଣୀରେ ଆଳତୀ କରି ବିଶ୍ୱ କଲ୍ୟାଣ ପାଇଁ ସଂକଳ୍ପ କରିଛନ୍ତି । ତୀର୍ଥ ପୁରୋହିତମାନେ ବୈଦିକ ମନ୍ତ୍ରୀ ମଧ୍ୟରେ ପୂରା କାର୍ଯ୍ୟକ୍ରମ ସଂପନ୍ନ କରାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତ୍ରିବେଣୀରେ ଧାନ, ଚନ୍ଦନଳ ରୋଲି, ପୁଷ୍ପ ଓ ବସ୍ତ୍ର ଅର୍ପଣ କରିଥିଲେ । ଏହାପୂର୍ବରୁ ମୋଦି ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ ।