ଭୁବନେଶ୍ୱର, ନବୀନ ପଟ୍ଟନାୟକ ତାଙ୍କର ଶାସନକାଳରେ ମହିଳା ମାନଙ୍କୁ ସବୁ ଦିଗରୁ ଶକ୍ତିଶାଳୀ କରିବାକୁ ମିଶନ ଶକ୍ତି ଆରମ୍ଭ କରିଥିଲେ । ମାତ୍ର ବର୍ତମାନ ସରକାରଙ୍କ କାର୍ଯ୍ୟକଳାପରୁ ଆଶଙ୍କା ସୃଷ୍ଟି ହେଉଛି ଯେ ସରକାର ମିଶନ ଶକ୍ତିକୁ ବନ୍ଦ କରିବାକୁ ଚାହୁଁଛନ୍ତି । ଏମବିକେ, ସିଆରପି ବ୍ୟାଙ୍କ ମିତ୍ର ମାନଙ୍କୁ ରାଜ୍ୟ ସରକାର ଦରମା ଦେଉ ନାହାନ୍ତି । ସେମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ତେଣୁ ଏହି ମାମଲାରେ ରାଜ୍ୟ ସରକାର ବିବୃତି ଦିଅନ୍ତୁ । ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ନିକଟରେ ରୁଲିଂ ଦାବି କରିଥିଲେ ।
ସେ କହିଥିଲେ ଯେ, ମିଶନ ଶକ୍ତି ବିଭାଗ କାର୍ଯ୍ୟକାରୀ ହୋଇଥିଲେ ସୁଦ୍ଧା ଦାୟିତ୍ଵ ରେ ଥିବା ଏମବିକେ, ସିଆରପି ବ୍ୟାଙ୍କ ମିତ୍ର ମାନଙ୍କୁ ଛଅ ମାସ ହେଲା ସେମାନଙ୍କୁ କାର୍ଯ୍ୟ ଦେଉନାହାନ୍ତି କି ଦରମା ଦେଉନାହାନ୍ତି କି ତାଙ୍କ କାର୍ଯ୍ୟାଳୟ ମଧ୍ୟ ଚାଲୁ ନାହିଁ। ପୂର୍ବ ସରକାର ମିଶନ ଶକ୍ତି କରି ମହିଳା ମାନଙ୍କୁ ଶସକ୍ତ କରୁଥିଲେ କିନ୍ତୁ ବର୍ତ୍ତମାନ ସରକାର କାହିଁକି ତାଙ୍କ ଦିଗରେ କର୍ଣ୍ଣପାତ କରୁନାହାନ୍ତି । ବେଳେ ବେଳେ ଶୁଣିବାକୁ ମିଳିଲାଣି ମିଶନ ଶକ୍ତି ଭାଙ୍ଗି ଦେବେ ବୋଧେ ନୂଆ ସରକାର।ଯାହା କି ବଜେଟ ଦେଖିଲେ ଲାଗୁଛି। ୬୦ହଜାର ରୁ ଉର୍ଦ୍ଧ୍ବ ମହିଳା ଏବେ ଦ୍ବନ୍ଦରେ ରାଜରାସ୍ତାରେ ତାଙ୍କ କଥା କୁ ଚିନ୍ତା କରନ୍ତୁ ସରକାର। ଏହା କହି ସେ ବାଚସ୍ପତିଙ୍କ ନିକଟରେ ରୁଲିଙ୍ଗ ଦାବି କରିଥିଲେ ।
Related Stories
January 16, 2025