ମୁମ୍ବାଇ– ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ପର୍ଣ୍ଣୋଗ୍ରାଫି ମାମଲାରେ ଫିଲ୍ମ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ସମନ ଜାରି କରି ସୋମବାର ପଚରାଉଚରା ପାଇଁ ଡାକିଛି । ରାଜ କୁନ୍ଦ୍ରାଙ୍କୁ ପଠାଯାଇଥିବା ସମନରେ କୁହାଯାଇଛି ଯେ, କୁନ୍ଦ୍ରାଙ୍କୁ ସୋମବାର ଦିନ 11 ଟା ବେଳେ ମୁମ୍ବାଇ ସ୍ଥିତ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପଡିବ ।
ଇଡି ସୂତ୍ର ମୁତାବକ ପର୍ଣ୍ଣୋଗ୍ରାଫି ମାମଲାରେ ମୁମ୍ବାଇ ପୋଲିସ ଟିମ ରାଜ କୁନ୍ଦ୍ରାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ନଭେମ୍ବର 29ରେ ରେଡ୍ କରିଥିଲା । ଏହି ମାମଲାରେ ଇଡି ପ୍ରାୟ 15ଟି ଠିକଣାରେ ରେଡ୍ କରିଥିଲା ।