ଚେନ୍ନାଇ– ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ଫେଙ୍ଗଲ ଆଜି ଦ୍ୱିପ୍ରହରରୁ ସନ୍ଧ୍ୟା ମଧ୍ୟରେ ପୁଡୁଚେରୀର କରାଇକଲ ଓ ତାମିଲନାଡୁର ମହାବଳିପୁରମ ଜିଲ୍ଲାରେ ସମୁଦ୍ର ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଅଧିକାଂଶ ଜିଲ୍ଲାରେ ପ୍ରବଳ ପବନ ବହିବା ସହ ବର୍ଷା ହେଉଛି । ସମୁଦ୍ରରେ ଉଚ୍ଚ ଲହଡି ଉଠିବାରେ ଲାଗିଛି । ଭାରତ ପାଣିପାଗ ବିଭାଗ ଅନୁସାରେ ଫେଙ୍ଗଲର ପ୍ରଭାବ କାରଣରୁ ପବନର ଗତି ଘଂଟା ପ୍ରତି 90 କିଲୋମିଟର ହୋଇପାରେ । ଫେଙ୍ଗଲର ସବୁଠୁ ଅଧିକା ପ୍ରଭାବ ତାମିଲନାଡୁ ଉପରେ ପଡୁଛି ।