ଭୁବନେଶ୍ୱର– ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗ ମିଳିଛି । ସିଆଇଏସଏଫ ଡଗ୍ ସ୍କ୍ବାଡ ଏହାର ଯାଞ୍ଚ କରିଛି । ବ୍ୟାଗ କାହାର, ତାହା ସ୍ପଷ୍ଟ ହୋଇନି । ବିମାନବନ୍ଦର ବାହାରେ ନୀଳ ରଙ୍ଗର ବ୍ୟାଗ ଦେଖିବାକୁ ମିଳିଥିଲା । ବ୍ୟାଗକୁ ଯାଞ୍ଚ ପାଇଁ ସିଆଇଏସଏଫ ବିମାନ ବନ୍ଦର ଭିତରକୁ ନେଇଛନ୍ତି । ଡିଜି ସମ୍ମିଳନୀକୁ ଖାଲିସ୍ଥାନୀ ଧମକ ମିଳିଥିବାରୁ, ଏହି ବ୍ୟାଗ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । ବିମାନ ବନ୍ଦରର ନିର୍ଦେଶକଙ୍କ ଅଧକ୍ଷତାରେ ବମ୍ ସ୍କ୍ୱାର୍ଡ ଏହି ବ୍ୟାଗକୁ ତନ ତନ ଯାଞ୍ଚ କରିବେ । କାରଣ କିଛି ଦିନ ତଳେ ଭୁବନେଶ୍ୱର ବିମାନ ବନ୍ଦରରୁ ସୋସିଆଲ ମିଡ଼ିଆରେ ବୋମା ଆତଙ୍କ ନେଇ ହୋକ୍ସ କଲ ଆସିଥିଲା ।
Related Stories
December 12, 2024