ନୂଆଦିଲ୍ଲୀ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ଶନିବାର ଦିନ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ତତକ୍ଷଣାତ ବନ୍ଦ କରିବାକୁ ଓ ଇସ୍କନ ସନ୍ନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କୁ ତତକ୍ଷଣାତ ମୁକ୍ତ କରିବାକୁ ଦାବି କରିଛି। ସଂଘ କେନ୍ଦ୍ର ସରକାରଙ୍କୁ ଏହି ସମ୍ପର୍କରେ ବୈଶ୍ୱିକ ମତ ସୃଷ୍ଟି କରିବାକୁ ଅନୁରୋଧ କରିଛି।
ଚିନ୍ମୟ କୃଷ୍ଣ ଦାସଙ୍କୁ ୨୫ ନଭେମ୍ବର ତାରିଖରେ ଢାକାର ହଜରତ ଶାହଜାଲାଲ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ବଙ୍ଗଳାଦେଶ ଗୁପ୍ତଚର ଶାଖା ଗିରଫ କରିଥିଲେ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସାବଲେ କହିଛନ୍ତି ଯେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଏବଂ ଅନ୍ୟ ସମସ୍ତ ସଂଖ୍ୟାଲଘୁ ମାନଙ୍କ ଉପରେ ଇସ୍ଲାମିକ କଟ୍ଟରପନ୍ଥୀମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣ, ହତ୍ୟା, ଲୁଟ, ଜଳାପୋଡା ଓ ମହିଳାମାନଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ଅତ୍ୟନ୍ତ ଚିନ୍ତାଜନକ ଓ ନିନ୍ଦନୀୟ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହାକୁ ତୀବ୍ର ଭାବରେ ସମାଲୋଚନା କରୁଛି ।
ସେ କହିଛନ୍ତି ଯେ, ବର୍ତ୍ତମାନ ବଙ୍ଗଳାଦେଶ ସରକାର ଏବଂ ଅନ୍ୟ ଏଜେନ୍ସିମାନେ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି ଓ ଏହାକୁ ରୋକିବା ପରିବର୍ତେ ମୂକଦର୍ଶକ ଭାବେ ରହିଛନ୍ତି। ବାଧ୍ୟବାଧକତାରେ ବଙ୍ଗଳାଦେଶର ହିନ୍ଦୁମାନେ ସ୍ୱରକ୍ଷା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଉଠାଇଥିବା ସ୍ୱରକୁ ଚପାଇବାକୁ ଚେଷ୍ଟା କରାଯାଉଛି। ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ, ସ୍ୱର ଉଠାଇଥିବା ହିନ୍ଦୁମାନଙ୍କ ଉପରେ ଅନ୍ୟାୟ ଓ ନୂତନ ଅତ୍ୟାଚାର ହେଉଛି ।
ସେ କହିଛନ୍ତି ଯେ, ଏପରି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନରେ ନେତୃତ୍ୱ ଦେଇଥିବା ଇସ୍କନର ସନ୍ନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କୁ ବଙ୍ଗଳାଦେଶ ସରକାର ଦ୍ୱାରା କାରାଗାରକୁ ପଠାଇବା ଅନ୍ୟାୟ ଅଟେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବଙ୍ଗଳାଦେଶ ସରକାରକୁ ଆହ୍ୱାନ କରୁଛି ଯେ, ସେମାନେ ନିଶ୍ଚିତ କରନ୍ତୁ ଯେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ତତକ୍ଷଣାତବନ୍ଦ ହେଉ ଏବଂ ଚିନ୍ମୟ କୃଷ୍ଣ ଦାସଙ୍କୁ କାରାଗାରରୁ ମୁକ୍ତ କରାଯାଉ।
ହୋସାବଲେ କହିଥିଲେ ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭାରତ ସରକାରକୁ ମଧ୍ୟ ଏହା ଆହ୍ୱାନ କରୁଛି ଯେ, ସେମାନେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଏବଂ ଅନ୍ୟ ସମସ୍ତ ସଂଖ୍ୟାଲଘୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ରୋକିବା ପାଇଁ ସମସ୍ତ ପ୍ରୟାସ ଜାରି ରଖନ୍ତୁ ଏବଂ ଏହାକୁ ସମର୍ଥନ କରିବା ପାଇଁ ବୈଶ୍ୱିକ ମତ ସୃଷ୍ଟି କରିବାରେ ଜରୁରୀ ପଦକ୍ଷେପ ଗ୍ରହଣ କରନ୍ତୁ।
ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତ ସହ ବୈଶ୍ୱିକ ସମ୍ପ୍ରଦାୟମାନେ ଏବଂ ସଂସ୍ଥାମାନେ ବଙ୍ଗଳାଦେଶର ଅତ୍ୟାଚାରିତ ଲୋକମାନଙ୍କ ସହିତ ଦାଢି ରଖି ସମର୍ଥନ ପ୍ରକାଶ କରିବା ଉଚିତ୍। ସେମାନଙ୍କର ସରକାରମାନଙ୍କୁ ବି ଏହା ପାଇଁ ସମସ୍ତ ପ୍ରୟାସ କରିବାକୁ ଦାବି କରାଯିବା ବୈଶ୍ୱିକ ଶାନ୍ତି ଏବଂ ଭାତୃତ୍ୱର ପାଇଁ ଆବଶ୍ୟକ।
Related Stories
November 4, 2025
