ନୂଆଦିଲ୍ଲୀ– ଅଲମୋଡା ଦୁର୍ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଉତରାଖଣ୍ଡ ଅଲମୋଡାରେ ହୋଇଥିବା ବସ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଓ ମନକୁ ବ୍ୟଥିତ କରୁଥିବା ଭଳି ଅଟେ । ଏହି ଦୁର୍ଘଟଣାରେ ପରିଜନଙ୍କୁ ହରାଇଥିବା ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଉଛି । ଈଶ୍ୱର ପ୍ରଭାବିତ ପରିବାରକୁ ଏହି ଅସୀମ କଷ୍ଟ ସହିବାର ଶକ୍ତି ଦିଅନ୍ତୁ ଏବଂ ଆହତଙ୍କୁ ଶୀଘ୍ର ସୁସ୍ଥତା ପ୍ରଦାନ କରନ୍ତୁ ।