ଜୟପୁର– ଭାରତ ସରକାରଙ୍କ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ “ଭୋଟ ଦେବା, ଗଣତନ୍ତ୍ରକୁ ସୁଦୃଢ କରିବା” ବିଷୟବସ୍ତୁକୁ ଆଧାର କରି ଜିଲ୍ଲା ପ୍ରଶାସନ କୋରାପୁଟ ନିର୍ବାଚନ ବିଭାଗ ପାଳନ କରିଛି ଶୋଭାଯାତ୍ରା ଓ ପଥ ଉତ୍ସବ-୨୦୨୫। ଯୁବ ମତଦାତା ଗଣତନ୍ତ୍ରର ପ୍ରକୃତ ଦାୟଦ ବୋଲି ଜିଲାପାଳ ଭି କିର୍ତିଭାସନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସବୁଜ ପତକା ଦେଖାଇ ଶୋଭା ଯାତ୍ରାକୁ ଉଦଘାଟନ କରିଥିଲେ। ବିଭିନ୍ନ ବିଦ୍ୟାଳୟ କନିଷ୍ଠ ଯୁବ ରେଡକ୍ରସ୍, ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଛାତ୍ରଛାତ୍ରୀ, ବେସାମରିକ ପ୍ରତିରକ୍ଷା ସ୍ଵଛାସେବୀ, କ୍ରିଡ଼ା ଛାତ୍ରାବାସ ଅନ୍ତେବାସୀ,ସମାଜ ମଙ୍ଗଳ ବିଭାଗ ଅଙ୍ଗନବାଡ଼ି କର୍ମୀ , ବିଏଲଓ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସହର ପରିକ୍ରମା କରି କୋରାପୁଟ ସାଂସ୍କୃତିକ ପରିଷଦ ମଞ୍ଚ ନିକଟରେ ପହଞ୍ଚିଥିଲେ। ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ଭୋଟର ତାଲିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦେବାଶିଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ,ଉପଜିଲ୍ଲାପାଳ କୋରାପୁଟ ବେଣୁଧର ଶବର ଓ ଡେପୁଟି କଲେକ୍ଟର ଦେବେନ୍ଦ୍ର କୁମାର ରାଉତ ଯୋଗଦେଇ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୫ ଭୋଟର ତାଲିକା ସଂପର୍କରେ ଆଲୋଚନା କରିଥିଲେ। ଝୋଟି ଚିତା ପ୍ରତିଯୋଗିତା, ପଥ ପ୍ରାନ୍ତ ନାଟକ, ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଶୀ ନୃତ୍ୟ , ଢେମସା ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମସ୍ତ ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରମାଣ ପତ୍ର ଓ ସ୍ମୃତି ଚିହ୍ନ ଦେଇ ସମ୍ମାନିତ କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ରବି ଶତପଥି ଓ ଅଧ୍ୟାପକ କିଶୋର ଚନ୍ଦ୍ର ବେହେରା ପରିଚାଳନା କରିଥିଲାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ ଶିସା, ପଞ୍ଚାନନ ମହାନ୍ତି ଓ ଅନୁପମ ମହାରଣା, ଜି. ସନ୍ତୋଷ କୁମାର ରାଓ, କୃଷ୍ଣଚନ୍ଦ୍ର ପ୍ରଧାନ ଓ ପ୍ରକାଶ ସାହୁ ପ୍ରମୁଖ ଯୋଗଦେଇ ପରିଚାଳନରେ ସହଯୋଗ କରିଥିଲେ।