ଭୁବନେଶ୍ଵର– ବାତ୍ୟା ଦାନା ଲ୍ୟାଣ୍ଡଫଲ୍ କରିବା ପରେ ଦୁର୍ବଳ ହୋଇଛି । ତେବେ ଏହାର ପ୍ରଭାବରେ ଆଜି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ପବନର ବେଗ ଘଂଟା ପ୍ରତି ୮୦ରୁ ୯୦ କି.ମି. ସ୍ଥଳବିଶେଷରେ ବୃଦ୍ଧି ପାଇ ୧୦୦ କି.ମି. ପ୍ରତି ଘଂଟା ଛୁଇଁପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଦୁଇ ଜିଲ୍ଲାରେ ପବନର ବେଗ ଘଂଟା ପ୍ରତି ୬୦ରୁ ୭୦ କି.ମି. ସ୍ଥଳବିଶେଷରେ ବୃଦ୍ଧି ପାଇ ୮୦ କି.ମି. ପ୍ରତି ଘଂଟା ଛୁଇଁପାରେ । ଏହା ବ୍ୟତୀତ କେନ୍ଦୁଝର, ଢ଼େଙ୍କାନାଳ, କଟକ, ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ସ୍ଥଳବିଶେଷରେ ବୃଦ୍ଧି ପାଇ ୬୦ କି.ମି. ପ୍ରତି ଘଂଟା ଛୁଇଁପାରେ । ଭୁବନେଶ୍ଵର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
Related Stories
December 9, 2024