
କେନ୍ଦ୍ରାପଡ଼ା – ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ମୈାଳିକ ଅଧିକାର ସମ୍ବନ୍ଧରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାକାଳପଡା ବ୍ଲକ ଖରିନାସୀସ୍ଥିତ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଶିବିରରେ ପ୍ରାଧିକରଣର ସଚିବ ମଳୟ କୁମାର ପ୍ରଧାନ ଅଧ୍ୟକ୍ଷତା କରିବାବେଳେ କେନ୍ଦ୍ରାପଡା ସିଭିଲିକୋର୍ଟର ରେଜିଷ୍ଟର ବିଶ୍ୱରଂଜନ ବେହେରା, ମହାକାଳପଡା ବିଡିଓ ଦେବାଶିଷ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ମୈାଳିକ ଅଧିକାର ସହ ମୈାଳିକ କର୍ତବ୍ୟର ଗୁରୁତ୍ୱ ରହିଥିବା ବକ୍ତବ୍ୟ ପ୍ରଦାନ କରିଥିଲେ । ଜଣେ ନାଗରିକର ଅଧିକାର ସମ୍ବିଧାନ ଦ୍ୱାରା ସ୍ୱୀକୃତ ହୋଇଥିବାବେଳେ ଦେଶ ପାଇଁ ତାର କର୍ତବ୍ୟ ଗୁରୁତ୍ୱ ବହନ କରେ । ଅଧିକାର ସହ କର୍ତବ୍ୟ ଅଙ୍ଗାଙ୍ଗୀଭାବେ ଜଡିତ ବୋଲି ଅତିଥିମାନେ ପ୍ରତିପାଦନ କରିଥିଲେ ।