
କେନ୍ଦ୍ରାପଡ଼ା – ପରିବେଶର ବିପର୍ଯ୍ୟୟକୁ ପରିବର୍ତନ କରିବା ପାଇଁ ଛାତ୍ରଛାତ୍ରୀମାନେ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କୁ କର୍ତବ୍ୟ ପ୍ରତି ଦାୟିତ୍ୱବାନ୍ ହେବାକୁ ଆହ୍ୱାନ ଦେଇଛନ୍ତି । କେନ୍ଦ୍ରାପଡା ସ୍ଥାନୀୟ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟ ଓ ବଳଦେବ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା କରିଥିବା ଜଣାପଡିଛି । ରବିବାର ସକାଳୁ ଇଚ୍ଛାପୁର ରଥଦାଣ୍ଡଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବାସହ ପରିବେଶ ସୁରକ୍ଷା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ଭଜକୃଷ୍ଣ ରାଉତ, ଟାଉନ୍ ଥାନା ଅଧିକାରୀ ଜ୍ୟୋତି ଶଙ୍କର ସାମନ୍ତରାୟ, ପୂର୍ବତନ ନଗରପାଳ ଧୀରେନ୍ କୁମାର ସାହୁ, ପୂର୍ବତନ କାଉନ୍ସିଲର କାଳୀପ୍ରସାଦ ମିଶ୍ର, ମନୋରଂଜନ ମେକାପ ଦୁର୍ଗା ପ୍ରସାଦ ପତି, ଡଃ. ବାସୁଦେବ ଦାସ, ମନୋରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଇଡ୍କୋ କ୍ଲବର ମୁଖ୍ୟ ପ୍ରାର୍ଥସାରଥି ବେହେରା, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।