ନୁଆଦିଲ୍ଲୀ -କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆଜି ସୋମବାର ଦିନ ଇ-ଶ୍ରମ ୱନ ଷ୍ଟପ ସଲ୍ୟୁସନ ପଦକ୍ଷେପ ଆରମ୍ଭ କରିବେ । ବଜେଟ ଘୋଷଣା ଅନୁଯାୟୀ ଏହି ପଦକ୍ଷେପ ଅସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ଏକ ସ୍ଥାନରେ ବିଭିନ୍ନ ସାମାଜିକ ଯୋଜନାରେ ପ୍ରବେଶ ସୁନିଶ୍ଚିତ ହେବ ।
ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଇ-ଶ୍ରମ ୱାନ ଷ୍ଟପ ସଲ୍ୟୁସନ ପଦକ୍ଷେପ ମାଧ୍ୟମରେ ଅସଂଗଠିତ ଶ୍ରମିକମାନଙ୍କ ପାଇଁ ପ୍ରସ୍ତୁତ ବିଭିନ୍ନ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ସୁଚନା ପାଇବେ ।ଏହାର ଲକ୍ଷ୍ୟ ଅସଂଗଠିତ ଶ୍ରମିକଙ୍କ ପାଇଁ ସମସ୍ତ ସାମାଜିକ ସୁରକ୍ଷା ଏବଂ କଲ୍ୟାଣକାରୀ ଯୋଜନାର ସୁଚନାକୁ ଏକକ ପ୍ଲାଟଫର୍ମ ମାଧ୍ୟମରେ ଏକ ପ୍ରଭାବଶାଳୀ ଭାବରେ ଏକୀକୃତ କରିବାକୁ ଲକ୍ଷ୍ୟ ରଖିଛି ।