ବଲାଙ୍ଗିର, କ୍ରୀଡା କ୍ଷେତ୍ର ଏବେ ଆଉ କାହାରି ଏକଚାଟିଆ ଅଧିକାରରେ ନାହିଁ । ବଡ ସହରରୁ ଦୂରରେ ସାଧାରଣ ଅଞ୍ଚଳ ରପିଲା ବି ଏବେ ଖେଳରେ ମାତ ଦେଲେଣି ବଡ ବଡ ସହରର ଖେଳାଳୀଙ୍କୁ। ନିକଟରେ ଅଲ୍ ଓଡ଼ିଶା ବ୍ୟାଡ଼ମିଣ୍ଟନ ଚାମ୍ପିୟନ୍ସିପ୍ରେ ବଲାଙ୍ଗିର ମାଟିର ପୁଅ ଦିବ୍ୟମ୍ କେଜ୍ରିୱାଲ କମାଲ କରିବା ସହ ଉଭୟ ସିଙ୍ଗଲ ଓ ଡବଲ୍ସରେ ଚାମ୍ପିୟନ୍ ହୋଇ ଆଣିଛନ୍ତି ଏପରି ଗୌରବ। । ଦିବ୍ୟମ୍ ବଲାଙ୍ଗିର କଂସାରୀପଡ଼ା ନିବାସୀ ଆଦିତ୍ୟ କେଜ୍ରିୱାଲ ଓ ଶ୍ରୀମତୀ ଶୀତଲ କେଜ୍ରିିୱାଲଙ୍କ ବଡ଼ ପୁଅ ହୋଇଥିବା ବେଳେ ତାଙ୍କ ସଫଳତାକୁ ନେଇ ସାରା ବଲାଙ୍ଗିର ମାଟି ଏବେ ଗର୍ବିତ । ଭୁବନେଶ୍ୱର ସ୍ଥିତ ମଲ୍ଟି ପର୍ପସ ବ୍ୟାଡ଼ମିଣ୍ଟନ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଅଲ୍ ଓଡ଼ିଶା ବ୍ୟାଡ଼୍ମିଣ୍ଟନ ଚାମ୍ପିୟନ୍ସିପ୍ରେ ଦିବ୍ୟମ୍ ୧୯ ବର୍ଷ ରୁ କମ ବର୍ଗର ସିଙ୍ଗଲ୍ରେ ବାଲେଶ୍ୱରର ଜ୍ୟୋତିସୂର୍ଯ୍ୟ ପରମାଣିକ୍କୁ ହରାଇ ବିଜୟୀ ହୋଇଥିବା ବେଳେ ୧୯ ବର୍ଷ ରୁ କମ ବର୍ଗର
ଡ଼ବଲସ୍ରେ ପାର୍ଟନର୍ ବାପୁନ ରାଉତଙ୍କ ସହ ମିଶି ମୟୂରଭଞ୍ଜର ଶ୍ରୀୟାନ୍ସ ଜେନା ଓ ଢେଙ୍କାନାଲର ଶୁଭ୍ରକେତନ୍ ମଲ୍ଲିକଙ୍କୁ ହରାଇ ଦିବ୍ୟମ୍ ଓ ବାପୁନ ଚାମ୍ପିୟନ ହୋଇଛନ୍ତି । ଦିବ୍ୟମ୍ଙ୍କ ଏହି ସଫଳଙ୍କୁ ନେଇ ତାଙ୍କ ଶୁଭେଚ୍ଛୁମାନେ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଇଛନ୍ତି ।