ନୂଆଦିଲ୍ଲୀ- ହରିୟାଣା ବିଧାନସଭା ନିର୍ବାଚନରେ ବିପୁଳ ପରିମାଣର ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ବୀରଭୂମି ହରିୟାଣାର ବିଧାନସଭା ନିର୍ବାଚନରେ ମତଦାନ କରିବାକୁ ଥିବା ସମସ୍ତ ସମ୍ମାନିତ ଭୋଟର, ବିଶେଷ କରି ଯୁବସାଥୀଙ୍କୁ ନିବେଦନ କରୁଛି ଯେ, ଗଣତନ୍ତ୍ରର ଏହି ମହାପର୍ବରେ ନିଜର ସହଭାଗିତା ଦେଇ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରନ୍ତୁ ତଥା ଦୁର୍ନୀତି, ଜାତିବାଦ ଓ ପରିବାରବାଦରୁ ମୁକ୍ତ ନିରନ୍ତର ବିକାଶର ଯାତ୍ରାକୁ ଜାରି ରଖିବା ପାଇଁ ସୁଦୃଢ ସରକାରକୁ ପୁଣି ଥରେ ବାଛନ୍ତୁ । ଆପଣଙ୍କ ଗୋଟିଏ ଭୋଟ ହରିୟାଣାର ଚାଷୀ, ଯୁବକ, ମହିଳା ଓ ପଛୁଆବର୍ଗଙ୍କ ହିତର ରକ୍ଷା କରି ସୁଖ, ସମୃଦ୍ଧି, ଖୁସି ଓ ବିକଶିତ ହରିୟାଣାର ସଂକଳ୍ପକୁ ସାକାର କରିବ ।
Related Stories
December 9, 2024
December 9, 2024