ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶନିବାର ମହାରାଷ୍ଟ୍ର ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ସେ ପୋହରାଦେବୀସ୍ଥିତ ଜଗଦମ୍ବା ମାତା ମନ୍ଦିରରେ ଦର୍ଶନ କରିବେ। ୱାଶିମରେ ସନ୍ଥ ସେବାଲାଲ ମହାରାଜ ଓ ସନ୍ଥ ରାମରାଓ ମହାରାଜଙ୍କ ସମାଧିସ୍ଥଳରେ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀ ବଞ୍ଜାରା ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରି ବଞ୍ଜାରା ବିରାସତ୍ ସଂଗ୍ରହାଳୟକୁ ଉଦଘାଟନ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୩,୩୦୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଥାନେ ଠାରେ ୩୨,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ରେ ବିକେସି ମେଟ୍ରୋ ଷ୍ଟେସନରୁ ମୁମ୍ବାଇର ଆରେ ଜେଭିଏଲଆର ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନକୁ ସେ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ବିକେସି ଏବଂ ସାନ୍ତାକ୍ରୁଜ୍ ଷ୍ଟେସନ ମଧ୍ୟରେ ମେଟ୍ରୋରେ ଯାତ୍ରା କରିବେ।
Related Stories
January 19, 2025