
ନୂଆଦିଲ୍ଲୀ– ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ହାଇଦ୍ରାବାଦ କ୍ରିକେଟ ଆସୋସିଏସନ (ଏଚସିଏ)ର ଆର୍ଥିକ ହେରଫେର ମାମଲାରେ ଜଡିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମୋହମ୍ମକଦ ଆଜହରୁଦ୍ଦିନଙ୍କୁ ନୋଟିସ କରିଛି । ଇଡି ତାଙ୍କୁ ଗୁରୁବାର ପଚରାଉଚରା ପାଇଁ ଡାକିଛି। ସେ ଏଚସିଏର ସଭାପତି ରହି ସାରିଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଯେ ଗୁରୁବାର ଦିନ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ପୁର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମୋହମ୍ମତଦ ଆଜହରୁଦ୍ଦୀନଙ୍କୁ ଆର୍ଥିକ ହେରଫେର ମାମଲାରେ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ପଚରାଉଚରା ପାଇଁ ଡକାଇଛି। ଇଡି କଂଗ୍ରେସ ନେତାଙ୍କୁ ଏହା ପ୍ରଥମ ସମନ ଜାରି କରିଛି, ଯାହା ଅଧୀନରେ ତାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରେ ହାଜର ହେବାକୁ ପଡିବ। ପୂର୍ବତନ କ୍ରିକେଟରଙ୍କ ଉପରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅର୍ଥ ହେରଫେରର ଅଭିଯୋଗ ହୋଇଛି।