ଭଦ୍ରକ – ଆଜି ଭଦ୍ରକ ଜିଲା ନ୍ୟାୟାଳୟ ପରିସରରେ ଚଳିତବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣର ଅଧ୍ଯକ୍ଷ ଶୋଭନ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଜିଲା ନ୍ୟାୟାଳୟ ପକ୍ଷରୁ (ଉଭୟ ଫୌଜଦାରୀ ଓ ଦେଓ୍ବାନୀ) ୧୮୯ ଟି ମକଦ୍ଧମା ଫଏସଲା କରାଯାଇ କ୍ଷତିପୂରଣ ବାବଦ ମୋଟ ୧ କୋଟି ୧୧ ଲକ୍ଷ ୯୫ ହଜାର ୨୧୬ ଟଙ୍କା ଆଦାୟ ହୋଇଛି। ଆଜିର ଏହି ଲୋକ ଅଦାଲତରେ କୋର୍ଟର ବିଭିନ୍ନ ମକଦ୍ଧମା ବ୍ୟତୀତ ଜିଲାରେ ଥିବା ୪୮ ଟି ବ୍ୟାଙ୍କ ଶାଖା ଅଂଶଗ୍ରହଣ କରି ୧୧୨ ଟି ବ୍ୟାଙ୍କ ଋଣ ମକଦ୍ଧମାର ସମାଧାନ କରି ୪୮ ଲକ୍ଷ ୮୧ ହଜାର ୨୦ ଟଙ୍କା ଆଦାୟ ହୋଇଛି। ଏଥିରେ ଜିଲା ଦୌରାଜଜ୍ଙ୍କ ସମେତ ପରିବାର ଅଦାଲତର ନ୍ୟାୟାଧୀଶ ସଂଜୀବ ଦୁବେ, ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ର ଜଜ୍ ପ୍ରଣତି ସାହା, ବରିଷ୍ଠ ଦେଓ୍ବାନୀ ବିଚାରପତି ଶୁଭଂଜନ ମହାନ୍ତି, ଅତିରିକ୍ତ ବିରଷ୍ଠ ଦେଓ୍ବାନୀ ବିଚାରପତି ଲୋପାମୁଦ୍ରା ମଲ୍ଲ, ରେଜିଷ୍ଟ୍ରାର ଜନକ ରାଉତ, ଜିଲା ଆଇନ୍ ସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମହାପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶୁଭଗୌତମ ମିଶ୍ର, କନିଷ୍ଠ ଦେଓ୍ବାନୀ ବିଚାରପତି ପ୍ରିୟରଂଜନ ଓଝା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବିବେକ ସାସମଲ, ଚାରି ଜଣ ଦ୍ବିତୀୟ ଶ୍ରେଣୀ ବିଚାରପତିଙ୍କ ମଧ୍ଯରେ ସୁଶ୍ରୀ ରଶ୍ମିନାରାୟଣୀ ମିଶ୍ର, ସୁଶ୍ରୀ ନର୍ମଦା କର, ସୁଶ୍ରୀ ସସ୍ମିତା ସାହୁ, ସୁଶ୍ରୀ ଲିପ୍ସା ରାଉତ ଓ କୋର୍ଟ ମ୍ୟାନେଜର ମାନସ କୁମାର ରଥ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଜିର ଏହି ଲୋକ ଅଦାଲତକୁ ରେଜିଷ୍ଟ୍ରାର ଓ ସଚିବ ପରିଚାଳନା କରିଥିବାବେଳେ ଆଇନ୍ ସେବା ପ୍ରାଧିକରଣ ଓ ନ୍ୟାୟାଳୟର କର୍ମଚାରୀମାନେ ସହେଯାଗ କରିଥିଲେ।
Related Stories
November 24, 2024
November 24, 2024