
ଭଦ୍ରକ – ବନ୍ତ ବଜାର ସଦର ମୋହକୁମା ଠାରେ ଅବସ୍ଥିତ ରହିଛି ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ।ଏହାର ପାଶ୍ୱର୍ରେ କିଛି ବର୍ଷ ହେବ ବସିଛି ଏକ ନଳକୂପ । ବସିଥିବା ନଳକୂପରୁ ଜଳ ନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ଉକ୍ତ ନଳକୂପରୁ ବ୍ୟବହୃତ ହେଉଥିବା ଜଳ ଯାତାୟତ ରାସ୍ତାରେ ଜମିରହୁଛି । ଫଳରେ ଉକ୍ତ ରାସ୍ତାଦେଇ ପ୍ରତି ମୁହୁର୍ତରେ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ବିଭିନ୍ନ ଯାନବାହାନ ଗୁଡ଼ିକ ଚଳାଚଳ କରୁଥିବାରୁ ସାଧାରଣ ଯାତ୍ରୀମାନେ ସମସ୍ୟାରେ ପଡ଼ୁଛନ୍ତି ।ଉକ୍ତ ସ୍ଥାନରୁ ଜଳ ନିଷ୍କାସନର ସୁବ୍ୟବସ୍ଥା ହୋଇନଥିବାରୁ ବର୍ଷ ତମାମ ଉକ୍ତ ନଳକୂପର ଜଳ ରାସ୍ତା ଉପରେ ଜମିରହି ସବୁବେଳେ ଉକ୍ତ ସ୍ଥାନ ସନ୍ତସନ୍ତିଆ ରହୁଛି । ଅନ୍ୟପକ୍ଷରେ ଉକ୍ତ ସ୍ଥାନରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରସହ ଉକ୍ତ ରାସ୍ତା ତିନୋଟି ଜିଲାକୁ ସଂଯୋଗ କରିଥିବାରୁ ଏହି ରାସ୍ତାଦେଇ ଦୈନଦିନ ହଜାର ହଜାର ଗାଡ଼ି ମଟର ସହ ଅନ୍ୟାନ୍ୟ ଦୁଇ ଚକିଆ ଯାନଗୁଡ଼ିକ ଅବିରାମ ଗତିରେ ଯାତାୟତ କରୁଛି । ଫଳରେ ଉକ୍ତ ସ୍ଥାନର ପରିବେଶ ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ୁଛି । ଏହି ରାସ୍ତା ୩୫ନଂ ରାଜପଥର କୁ ସଂଯୋଗ କରୁ ଥିବାରୁ ଉକ୍ତ ସ୍ଥାନ ଅତ୍ୟନ୍ତ ଭିଡ଼ ହେବା ସହ କାଦୁଅ ଓ ଅସନା ପାଣିରେ ଯାତ୍ରୀଙ୍କ ଠାରୁ ବିଭିନ୍ନ ବିଦ୍ୟାଳକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ଉକ୍ତ ସ୍ଥାନରେ ସମସ୍ୟାରେ ସମ୍ମୁଖିନ େହେଉଥିବାର ଦେଖାଯାଇଛି । ଉକ୍ତ ନଳକୂପ ର ଜଳକୁ ନିଷ୍କାସନ ପାଇଁ ଡ଼୍ରେନେଜ ର ସୁବ୍ୟବସ୍ଥା ପାଇଁ ଦାବି ହେଉଛି ।