ନୂଆଦିଲ୍ଲୀ- ଲାଲ ବାହାଦୂର ଶାସ୍ତ୍ରୀଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସରଳତା, ଦେଶଭକ୍ତି ଓ କର୍ତ୍ତବ୍ୟନିଷ୍ଠାର ଅଦ୍ୱିତୀୟ ପ୍ରତୀକ, ଜୟ ଯବାନ-ଜୟ କିଷାନର ଉଦଘୋଷକ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ । ଶାସ୍ତ୍ରୀଜୀ କେବଳ ଦେଶର ସୁରକ୍ଷା ଓ କୃଷି କ୍ଷେତ୍ରକୁ ସଶକ୍ତ କରିବା ପାଇଁ ସଂକଳ୍ପ ନେଇନଥିଲେ ବରଂ ସେ ସବୁବେଳେ ସତ୍ୟ, ବିନମ୍ରତା, ନୈତିକତେକୁ ନିଜ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଥିଲେ । ତାଙ୍କ ଜୀବନ ଆମକୁ ଦୃଢ ସଂକଳ୍ପ, ଅନୁଶାସନ ଓ କର୍ତ୍ତବ୍ୟପରାୟଣତାରେ ପ୍ରତି ଚ୍ୟାଲେଂଜକୁ ସମ୍ମୁଖୀନ କରିବା ଶିଖାଇଥାଏ । ଆସନ୍ତୁ ଆମେ ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲି ଦେଶ ସେବା ପାଇଁ ନିଜ କର୍ତ୍ତବ୍ୟର ନିର୍ବାହନ କରିବା ।
Related Stories
October 6, 2024