ମାଲକାନଗିରି – ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପର ମେଟଲା ଗ୍ରାମ ପଂଚାୟତ ଯନ୍ତାପାଇ ନିକଟସ୍ଥ ଏକ ଘରେ ଜଣେ ଲୋକକୁ ମାରି ଦେଇ ତାଲା ପକାଇ ରଖାଯାଇଥିବାର ଗୁଜବ ଉଠିଲା ପରେ ପାପରମେଟଲା ଥାନା ଓଆଇସି ଲଷ୍ମୀନାରାୟଣ ମୁଦୁଲିଙ୍କ ପାଖକୁ ଖବର ଆସିଥିଲା । ଏ ନେଇ ଓଆଇସି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି, ମୃତ ବ୍ୟକ୍ତିଙ୍କ ବାବଦରେ କୌଣସି ତଥ୍ୟ ମିଳି ପାରିନାହିଁ । ଉକ୍ତ ଅଂଚଳର କିଛି ଜନସାଧାରଣ ଧୂଳିପୁଟ ଗ୍ରାମପଞ୍ଚାୟତ -ରାଙ୍ଗିନିଗୁଆ ଗ୍ରାମର ରାଜୁ ହନ୍ତାଳକୁ ନିର୍ମମ ଭାବରେ ହତ୍ୟା କରାଯାଇଛି ବୋଲି ସନ୍ଦେହ କରୁଛନ୍ତି । କିଏ ତାକୁ ମାରିଛି ସ୍ପଷ୍ଟ ହୋଇନାହିଁ, ତଦନ୍ତ ପରେ ସଠିକ ତଥ୍ୟ ମିଳିବ ବୋଲି ଓଆଇସି କହିଛନ୍ତି ।
Related Stories
December 10, 2024