ସୁବର୍ଣ୍ଣପୁର– ସୋନପୁର ମଝିପଡ଼ା ର ବରିଷ୍ଠ ନାଗରିକ, କ୍ରୀଡାବିତ ତଥା ଯୁବ ସଂଗଠକ, କାଉନସିଲର ତଥା ଜିଲ୍ଲା ଯୋଜନା ବୋର୍ଡ ର ସଦସ୍ୟ ପୀୟୂଷ ପଣ୍ଡାଙ୍କ ପିତା ବଳରାମ ପଣ୍ଡା ( ୭୯ )ଙ୍କ ହୃଦ୍ ଘାତରେ ପରଲୋକ ଘଟିଛି। ଯାହାକୁ ନେଇ ସୋନପୁର ଅଞ୍ଚଳରେ ଶୋକର ଖେଳି ଯାଇଛି l ଶ୍ରୀ ପଣ୍ଡା ଜଣେ ଅତି ସରଳ, ଉଦାର ଓ ମେଳାପି ବ୍ୟକ୍ତି ଭାବେ ଜଣାଶୁଣା ଥିବା ବେଳେ ସେ ଜଣେ ଆଗ ଧାଡିର ଫୁଟବଲ୍ ଓ ଭଲିବଲ ଖେଳାଳି ଭାବେ ଖୁବ୍ ଜଣାଶୁଣା ଥିଲେ l ସୋନପୁର, ବୀର ମହାରାଜ, ପାଟଣାଗଡ଼, ଟିଟିଲାଗଡ ଠାରେ ଉପ ନିବନ୍ଧକ କାର୍ଯ୍ୟାଳୟ ଠାରେ ବରିଷ୍ଠ କିରାଣୀ ଭାବେ ସେ ନିଷ୍ଠାର ସହ କାର୍ଯ୍ଯ କରି ଆସିଥିବା ବେଳେ ୧୯୬୪ ରେ ମହାରାଜା ହାଇସ୍କୁଲରେ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ ସ୍କୁଲ୍ ଓ ସୋନପୁର କଲେଜ୍ ରେ ଛାତ୍ର ନେତା ଭାବେ ବି ଖୁବ୍ ପରିଚିତ ଥିଲେ l ଏବଂ ଚାଷ ଓ ଗୋ ସେବା କାର୍ଯ୍ଯକୁ ଭଲ ପାଇବା ସହ ପ୍ରତ୍ୟେକ ମଣିଷକୁ ସେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଓ ଖୁବ୍ ଆଦର କରୁଥିବା ଜଣେ ଭଲ ମଣିଷ ଥିଲେ ଶ୍ରୀ ପଣ୍ଡା l ମଝିପଡ଼ାରେ କାଳୀପୂଜା , ନାମଯଜ୍ଞ ଓ ପ୍ରତ୍ୟେକ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଯୁବ ବୟସରୁ ସକ୍ରିୟ ଭାବେ ଦାୟିତ୍ବ ନିଭାଇ ଥିଲେ l ଗତକାଲି ଅପରାହ୍ନରେ ସୋନପୁର ଶ୍ରୀ ରାମେଶ୍ବର ଶ୍ମଶାନ ଘାଟରେ ସ୍ଵର୍ଗତ ପଣ୍ଡାଙ୍କ ଅନ୍ତିମ ସଂସ୍କାର କରଯାଇଥିବା ବେଳେ ବଡ ପୁଅ ପ୍ରିତମ୍ (ରକି) ମୁଖଗ୍ନୀ ଦେଇଥିଲେ l ଶ୍ରୀ ପଣ୍ଡା ଙ୍କ ଧର୍ମ ପତ୍ନୀ, ଉଭୟ ପୁତ୍ର, ପୁତ୍ର ବଧୂ, ତିନି ଭଉଣୀ ଓ ଜ୍ବାଇଁ,ନାତି ନାତୁଣୀ ଙ୍କ ସମେତ ପୌର ଅଧ୍ୟକ୍ଷା, ସହର ର ବହୂ ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ, ରାମ ଧୁନ କ୍ଳବ୍ ର ସମସ୍ତ ସଦସ୍ୟ, କ୍ରୀଡ଼ା ଓ ବିଭିନ୍ନ ସଙ୍ଗଠନ ର ସଭ୍ୟ ଶ୍ରୀ ପଣ୍ଡା ଙ୍କ ଅନ୍ତିମ ଦର୍ଶନ କରିଥିଲେ l ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ , ପଦ୍ମନାଭ ବେହେରା, ପୌର ପରିଷଦ ଅଧ୍ୟକ୍ଷା, ପ୍ରାକ୍ତନ ଅଧ୍ୟକ୍ଷଙ୍କ ସମେତ ବୋହୂ ବିଶିଷ୍ଟ ବ୍ୟକ୍ତି ଏ ଖବରରେ ଗଭୀର ଶୋକ ପ୍ରକାଶ କରିଛନ୍ତି l
Related Stories
October 10, 2024