ନୂଆଦିଲ୍ଲୀ– ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଶ୍ୱର ସବୁଠୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ବେସ କ୍ୟାମ୍ପ ଗସ୍ତ କରିବେ । ରାଷ୍ଟ୍ରପତି ଭବନ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି । ବୟାନରେ କୁହାଯାଇଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର 26ରେ ସିଆଚୀନ ବେସକ୍ୟାମ୍ପରେ ମୁତୟନ ହୋଇଥିବା ସୈନିକଙ୍କ ସହ ବାର୍ତ୍ତାଳାପ କରିବେ । ଏଠାରେ ସୂଚନାଯୋଗ୍ୟ ସିଆଚୀନ ଗ୍ଲାସିୟର ସମୁଦ୍ରରୁ ପ୍ରାୟ 20ହଜାର ଫୁଟ ଉଚ୍ଚରେ ଥିବା ବିଶ୍ୱର ସବୁଠୁ ଉଚ୍ଚ ସୈନ୍ୟ କ୍ଷେତ୍ର ଅଟେ । ଏଠାରେ ସୈନିକମାନଙ୍କୁ ପ୍ରବଳ ଶୀତ ଓ ଦ୍ରୁତ ପବନ ସହ ଯୁଝିବାକୁ ପଡିଥାଏ ।
Related Stories
October 9, 2024