ନୌଶେରା– ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଆତଙ୍କବାଦ ଉପରେ କଠୋର ଆଭିମୁଖ୍ୟ ପୋଷଣ କରି କହିଛନ୍ତି ଯେ, ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ହୁଅନ୍ତୁ କି ପଥର ଫିଙ୍ଗାଳି, ସେମାନଙ୍କ ସହ କଠୋର ଆଭିମୁଖ୍ୟ ନିଆଯିବ । ଆତଙ୍କବାଦ ଶେଷ ହେବା ଯାଏ ପାକିସ୍ତାନ ସହ କୌଣସି ଆଲୋଚନା ହେବନାହିଁ ।ଅମିତ ଶାହ ରବିବାର ଜମ୍ମୁକଶ୍ମୀରର ବିଜେପି ଅଧ୍ୟକ୍ଷ ରବିନ୍ଦର ରାଇନାଙ୍କ ସମର୍ଥନରେ ନୌଶେରାରେ ଏକ ନିର୍ବାଚନୀ ଜନସଭାରେ କହିଛନ୍ତି ଯେ, ସେ ଅଂଚଳର ଯୁବକଙ୍କ ସହ ଆଲୋଚନା କରିବାକୁ ଚାହିଁବେ । ସେ କହିଛନ୍ତି ଯେ, ଏନସି-କଂଗ୍ରେସ ମେଂଟ ପଥର ଫିଙ୍ଗିାଳି ଓ ଆତଙ୍କବାଦୀଙ୍କୂ ମୁକ୍ତ କରିବାକୁ ଚାହୁଁଛନ୍ତି, ଏହା ସେମାନଙ୍କ ଘୋଷଣା ପତ୍ରରେ ରହିଛି କିନ୍ତୁ ଆମେ ଏଭଳି ହେବାକୁ ଦେବୁନାହିଁ । ଫାରୁକ ଅବଦୁଲା ଜମ୍ମୁର ପାହାଡିରେ ଆତଙ୍କବାଦକୁ ଆଶ୍ରୟ ଦେବା ପାଇଁ ପୁଣି ଥରେ ଆଲୋଚନା କରୁଛନ୍ତି, କିନ୍ତୁ ଆମେ ତାଙ୍କୁ କହିବାକୁ ଚାହୁଁଛୁ ଯେ, ମୋଦି ସରକାର ଅଛନ୍ତି ଏବଂ ଆମେ ତାଙ୍କୁ ପାତାଳରେ ଚାପି ଦେବୁ । କୌଣସି ଆତଙ୍କବାଦ କିମ୍ବା ପଥର ଫିଙ୍ଗାଳିଙ୍କୁ ମୁକ୍ତ କରାଯିବନାହିଁ ।