କାନପୁର– ଉତର ପ୍ରଦେଶର କାନପୁର ଜିଲ୍ଲାରେ ପୁଣି ଥରେ ଟ୍ରେନ ପଲଟାଇବାର ଷଡଯନ୍ତ୍ର ବିଫଳ ହୋଇଛି । ଜିଲ୍ଲାର ପ୍ରେମପୁର ରେଲୱେ ଷ୍ଟେସନ ନିକଟରେ ଲୁପ ଲାଇନ ଉପରେ ରବିବାର ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିବାର ମିଳିଛି । ଏହାକୁ ଦେଖି ଲୋକୋ ପାଇଲଟ ଓ ସହାୟକ ପାଇଲଟ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇ ତୁରନ୍ତ ଏମରଜେନ୍ସି ବ୍ରେକ ଲଗାଇ ଟ୍ରେନକୁ ରୋକିଛନ୍ତି । ଫଳରେ ବିପଦ ଟଳିଯାଇଛି । ଏହାପରେ ରେଲୱେ ଟ୍ରାକ ଉପରେ ରଖାଯାଇଥିବା ଗ୍ୟାସ ସିଲିଣ୍ଡରକୁ ହଟାଯାଇଛି । ସୂଚନା ପାଇବା ପରେ ରେଲୱେ ସୁରକ୍ଷା ଏଜେନ୍ସି ତୁରନ୍ତ ତଦନ୍ତ ଆରମ୍ଭ କରିଛନ୍ତି । ଏହା ଏକ ପାଂଚ ଲିଟରର ଖାଲି ସିଲିଣ୍ଡର ଏବଂ ଏହାକୁ ସିଗନାଲର କିଛି ଦୂରରେ ରଖାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
Related Stories
October 6, 2024