ଜୟପୁର– ଓଡ଼ିଶା ଅମଲା ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଶଶୀ ଭୂଷଣ ଦାଶ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଯୋଗଦାନ କରିଥିଲେ । ବୈଠକରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ନ୍ୟାର୍ଯ୍ୟ ଦାବି ଉପରେ ସମସ୍ତ ଅମଲା ସେମାନଙ୍କ ମତାମତ ପ୍ରଦାନ କରିଥିଲେ ଏଥିରେ ମୁଖ୍ୟତଃ ଅମଲା ମାନେ ପଦନ୍ନତି ପାଇବାରୁ ବଞ୍ଚିତ ହେଉଥିବା ନେଇ ସମସ୍ତ ଅମଲା ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଗତ ଦୁଇ ମାସ ମଧ୍ୟରେ ରାଜସ୍ବ ବିଭାଗ ର ଅଧିକାରୀ ମାନେ ୩ ଥର ଅମଲା ମାନଙ୍କ ପଦନ୍ନତି ଦେଇଥିବା ବେଳେ ଅନ୍ୟ ବିଭାଗର ଅଧିକାରୀ ମାନଙ୍କ କ୍ଷେତ୍ରରେ ଏହା ଶିତଳ ପଡ଼ିଯାଇଥିବାକୁ ନେଇ ବିଭିନ୍ନ ବିଭାଗର ଅମଲା ମାନେ ପ୍ରଶ୍ନ ଉଠାଇଥିଲେ । ବିଶେଷ କରି ଶିକ୍ଷା ବିଭାଗର ଅମଲା ମାନେ ଦୀର୍ଘ ଦିନ ଧରି ପଦନ୍ନତି ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନେ ଗୋଟିଏ ପଦବୀ ଦୀର୍ଘ ୨୭ ରୁ ୨୮ ବର୍ଷ ରହିବା ପରେ ଯେତେବେଳେ ପଦବୀ ଗୁଡିକ ଖାଲି ହେଲା ଆଉ ସେମାନେ ପଦନ୍ନତି ପାଇବା ପାଇଁ ଯୋଗ୍ୟ ହେଲେ ସେହି ସମୟରେ ମଧ୍ୟ ତାଙ୍କର ପଦନ୍ନତି ଦେବା ରେ ବିଳମ୍ବ ହେଉଥିବା କିଛି ଅମଲା ପ୍ରଶ୍ନ କରିଥିବା ସହିତ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଦରକାର ସ୍ଥଳେ ପଦନ୍ନତି ଦେବା ବଦଳରେ କର୍ମାନ୍ତର ପ୍ରେରଣ ( ଡେପୁଟସନ) ହେଉଥିବା କିଛି ଅମଲା ପ୍ରକାଶ କରିଥିଲେ, ଶ୍ରୀ ଦାଶ୍ ସଭାପତି ଏ ନେଇ ବାରମ୍ବାର ଅଧିକାରୀ ଙ୍କୁ ଚିଠି ଲେଖିବା ସହିତ ରାଜ୍ୟ ସଂଘ ମଧ୍ୟ ପତ୍ର ମାଧ୍ୟମରେ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା କଥା ପ୍ରକାଶ କରିଥିଲେ ।
ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କୁ ଓଡ଼ିଶା ଅମଲା ସଂଘ ଅମଲା ମାନଙ୍କୁ ପଦୋନ୍ନତି ମାଧ୍ୟମରେ ଦସହରା ଭେଟି ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ ଓ ଅତିଶିଘ୍ର ଏ ନେଇ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଯେତେ ବେଳେ ଜିଲ୍ଲାପାଳ ମହୋଦୟ କୋରାପୁଟ ତଥା ପଦନ୍ନତି ଅଧ୍ୟକ୍ଷ ପଦନ୍ନତି ଦେବା ନିମନ୍ତେ ତତ୍ପର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅମଲା ମାନଙ୍କୁ ପଦନ୍ନତି ଦେବା ନିମନ୍ତେ ପ୍ରସ୍ତାବ ଜିଲ୍ଲାପାଳ କୋରାପୁଟଙ୍କ ନିକଟରେ ଦାଖଲ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଉପସ୍ଥିତ ଅମଲା ପ୍ରଶ୍ନ କରିଥିଲେ ।
ଶଶୀ ଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତିତ୍ବ କରିଥିଲା ବେଳେ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା କେ ସୁବାସ ଚନ୍ଦ୍ର ଆଚାରି, ସାଙ୍ଗଠନିକ ସମ୍ପାଦକ ଜୟନ୍ତ କୁମାର ସାହୁ ପୁର୍ବତନ ଉପ ସଭାପତି, ଶ୍ରୀ ଜଗେନ୍ଦ୍ର ଚୌଧୁରୀ ମୁଖ୍ୟ ଉପଦେଷ୍ଟା ଜୟପୁର ଉପଖଣ୍ଡ ଅମଲା ସଂଘ ମଞ୍ଚାସିନ ହୋଇଥିବା ବେଳେ କାଳି ପ୍ରସାଦ ମିଶ୍ର, ସଞ୍ଜୟ କୁମାର ରଥ, ପ୍ରସାନ୍ତ କୁମାର ଭଟ୍ଟ, ବାଳ ଗୋପାଳ ମିଶ୍ର ଓ ସୁଜାତା ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ । ପରି ଶେଷରେ ଶ୍ରୀ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମସ୍ତ ଉପସ୍ଥିତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ ।