ନୂଆଦିଲ୍ଲୀ– କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ନୁଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଛତିଶଗଡରେ ନକ୍ସଲ ହିଂସା ପୀଡିତଙ୍କୁ ଭେଟିଛନ୍ତି । ଛତିଶଗଡର ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ହିଂସା ପ୍ରଭାବିତ 55ଜଣ ବ୍ୟକ୍ତି ବସ୍ତର ଶାନ୍ତି କମିଟି ଅଧୀନରେ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କୁ ଭେଟିଥିଲେ । ଅମିତ ଶାହା ନକ୍ସଲ ହିଂସା ପୀଡିତଙ୍କୁ ସମ୍ବୋଧିତ କରି କହିଛନ୍ତି ନକ୍ସଲବାଦ ହିଂସାର ଶିକାର ହୋଇଥିବା ଲୋକ ସେମାନଙ୍କର ମାନବାଧିକାର ପାଇଁ ଲଢେଇ କରୁଛନ୍ତି। ସେମାନଙ୍କ ଦୁଃଖ ଦେଖି ଅତ୍ୟନ୍ତ ଯନ୍ତ୍ରଣାଦାୟକ। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଆମେ ଏହି ଦେଶରୁ ନକ୍ସଲବାଦ ଏବଂ ନକ୍ସଲବାଦର ଧାରଣାକୁ ମୂଳୋତ୍ପାଟନ କରିବୁ ଏବଂ ଶାନ୍ତି ପ୍ରତିଷ୍ଠା କରିବୁ। ନରେନ୍ଦ୍ର ମୋଦୀ ସରକାର ବସ୍ତରର 4 ଜିଲ୍ଲା ବ୍ୟତୀତ ସମଗ୍ର ଦେଶରେ ନକ୍ସଲବାଦ ଶେଷ କରିବାରେ ସଫଳ ହୋଇଛନ୍ତି। ଏହି ଦେଶରେ ନକ୍ସଲବାଦକୁ ଶେଷ ବିଦାୟ ଦେବା ପାଇଁ 31 ମାର୍ଚ୍ଚ 2026 ତାରିଖ ସ୍ଥିର କରାଯାଇଛି। ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ଏହା ପୁର୍ବରୁ ନକ୍ସଲବାଦ ଶେଷ କରି ଦିଆଯିବ।
Related Stories
October 6, 2024