ଗଂଗଟୋକ– ସିକ୍କିମ ସରକାର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅନୁମୋଦିତ ‘ଗୋଟିଏ ରାଷ୍ଟ୍ର-ଗୋଟିଏ ନିର୍ବାଚନ’ର ସୁପାରିଶ ପ୍ରତି ନିଜର ସମର୍ଥନ ବ୍ୟକ୍ତ କରିଛି । ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଂଗ ଗୁରୁବାର ସୋସିଆଲ ସାଇଟ ଫେସବୁକ୍ ପେଜ୍ ରେ ଲେଖିଛନ୍ତି ଯେ, ନିକଟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଦ୍ୱାରା ଅନୁମୋଦିତ ଗୋଟିଏ ରାଷ୍ଟ୍ର-ଗୋଟିଏ ନିର୍ବାଚନ ପ୍ରଣାଳୀକୁ ମୁଁ ଜୋରଦାର ସମର୍ଥନ କରୁଛି । ଯାହାଦ୍ଵାରା ଏକ ସଙ୍ଗେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏବଂ ଏହାପରେ ୧୦୦ ଦିନ ଭିତରେ ନଗରପାଳିକା ଏବଂ ପଂଚାୟତ ନିର୍ବାଚନର ପରିକଳ୍ପନା କରାଯାଇଛି, ଯାହାକି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ପାନେଲ ଦ୍ୱାରା ଆଗତ ହୋଇଥିବା ରିପୋର୍ଟ ଆଧାରରେ ରହିଛି ।
Related Stories
October 6, 2024