ରାୟପୁର-ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବଙ୍କ ନିର୍ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସହାୟତା ରାଶି ମଂଜୁର କରାଯାଇଛି । ରାଜ୍ୟରେ ମରୁଡି, ବନ୍ୟା, ପ୍ରବଳ ବର୍ଷା ,ଅଗ୍ନି, ଦୁର୍ଘଟଣା, କୁଆପଥର ,ଝଡ,ଇତ୍ୟାଦି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ 298.66 କୋଟି ସହାୟତା ରାଶି ଅନୁମୋଦନ କରାଯାଇଛି । ରାଜ୍ୟର ସମସ୍ତ କଲେକ୍ଟରଙ୍କୁ ପ୍ରାକୃତିକ ବିପର୍ଯ୍ୟୟରେ ପୀଡିତ ହୋଇଥିବା ଲୋକଙ୍କୁ ତୁରନ୍ତ ସହାୟତା ଅନୁମୋଦନ କରିବାକୁ ନିର୍ଦେଶ ଦିଆଯାଇଛି । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ମିଳିଥିବା ସୁଚନା ଅନୁଯାୟୀ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ମନ୍ତ୍ରାଳୟ କାର୍ଯ୍ୟାଳୟ ବିଭାଗ ପ୍ରତିଷ୍ଠା କରାଯାଇଛି । ରାଜ୍ୟ ସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସୁଚନା ସଂଗ୍ରହ କରାଯାଇ ପୀଡିତଙ୍କୁ ସହାୟତା ପ୍ରଦାନ କରାଯାଉଛି ଏବଂ ନିରନ୍ତର ମନିଟରିଂ କରାଯାଉଛି। 2024-25ଆର୍ଥିକ ବର୍ଷ ପାଇଁ ସମସ୍ତ 33ଟି ଜିଲ୍ଲାକୁ ରାଜ୍ୟ ସରକାର 298 କୋଟି 66 ଲକ୍ଷ 55 ହଜାର ଟଙ୍କା ଅନୁମୋଦିତ ଅନୁଦାନ ପ୍ରଦାନ କରିଛନ୍ତି। ବର୍ଷ 2024- 25 ବଜେଟରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପାଇଁ 533 କୋଟି 60 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପାଇଁ 50 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
Related Stories
October 6, 2024