ବେରୁତ, (ଲେବନାନ)– ପେଜର ବିସ୍ଫୋରଣରେ ଲେବନାନ ଥରିଉଠିଛି । ମଙ୍ଗଳବାର ଘଟିଥିବା ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ 11 ଜଣ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲାହର ଗୁର୍ଗୋର ହଜାର ହଜାର ପେଜର ଏକାସାଙ୍ଗରେ ବିସ୍ଫୋରଣ ହୋଇଥିଲା । ଦ ନ୍ୟୁୟର୍କ ଟାଇମ୍ସ ଖବର ଅନୁସାରେ ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ବିସ୍ଫୋରଣରେ ଅତି କମରେ 11 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 2700ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲେବାନନ ଖବର କାଗଜ ଏଲ ଓରିଏଣ୍ଟ ଟୁଡେ ଅନୁଯାୟୀ ଅଧିକାଂଶ ପେଜର ବିସ୍ଫୋରଣ ଦକ୍ଷିଣ ଲେବନାନର ବେରୁତର ଦହିହ, ଟାୟର,ନବତିହ ଏବଂ ମରଜାୟୁନ ଏବଂ ବେକାରେ ଘଟିଛି।ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁସାରେ 2,750 ଜଣ ଲୋକ ଆହତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ 200ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଆହତମାନଙ୍କ ମଧ୍ୟରୁ ହିଜବୁଲ୍ଲାହର ଯୋଦ୍ଧା ଏବଂ ଡାକ୍ତର ମଧ୍ୟ ସାମିଲ ଅଛନ୍ତି । ଖବର ଅନୁସାରେ ଏହି ବିସ୍ଫୋରଣ ମଧ୍ୟାହ୍ନ 3ଟା 45 ପରେ ଏକ ଘଣ୍ଟା ଧରି ଚାଲିଥିଲା। ଲେବନାନର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ବିସ୍ଫୋରଣ ସୁପର ମାର୍କେଟ ଭଳି ଅଧିକ ଜନଗହଳିପୁର୍ଣ୍ଣ ଅଞ୍ଚଳରେ ଘଟିଥିଲା।