କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଇ.ଏମ.ଟି. ଫାର୍ମାସୀ କଲେଜ, ପୁରୀ ର ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜି ବିଭାଗ ଆନୁକୁଲ୍ୟରେ ଷଷ୍ଠ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ପ୍ରେକ୍ଷାଳୟରେ ଆୟୋଜିତ ଏହି ଆଲୋଚନା ଚକ୍ରକୁ ବିଭାଗ ଅଧ୍ୟକ୍ଷ ପ୍ରଫେସର ବିଭୁତି ଭୂଷଣ ଦାଶ ଉଦ୍ଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ଆଲାଏଡ ମେଡିକାଲ ସାଇନ୍ସର ସଚିବ ଡା. ସୁଚିସ୍ମିତା ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ରୋଗ ନିଦାନ ଓ ଚିକିତ୍ସା କ୍ଷେତ୍ର ରେ ଯୁଗାନ୍ତକରି ପରିବର୍ତନ ଆଣିବ ବୋଲି କହିଥିଲେ । ଅନୁଷ୍ଠାନର ଫର୍ମାସୀ ବିଭାଗର ଅଧ୍ୟକ୍ଷ ଡ଼. ଅଗ୍ନିମିତ୍ର ଦିଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ବୈଜ୍ଞାନିକ ସତ୍ରରେ, ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ସହକାରୀ ଅଧ୍ୟାପକ ଡା. ସଞ୍ଜୟ ପାଣିଗ୍ରାହୀ, ସହକାରୀ ଅଧ୍ୟାପକ ଡ଼ା. ନିଗମାନନ୍ଦ ତ୍ରିପାଠୀ ଓ ହାଇଦ୍ରାବାଦ ସ୍ଥିତ ପରୀକ୍ଷା ବାୟୋଟେକର ଶ୍ରୀ ଅନିଲ କୁମାର ଆଦି ନିଜ ଉପସ୍ଥାପନା ମାଧ୍ୟମରେ ରୋଗ ନିଦାନରେ କୃତ୍ରିମ ବୁଦ୍ଧିମତ୍ତାର ଆବଶ୍ୟକତା, ପ୍ରୟୋଗ, ଏହାର ବର୍ତ୍ତମାନ ଓ ଭବିଷ୍ୟତ ତଥା ସମାଜିକ, ଅର୍ଥନୈତିକ ଓ ନିଯୁକ୍ତି କ୍ଷେତ୍ରରେ ସାମୟିକ ଓ ଦୂରଗାମୀ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ର ନିର୍ଦେଶକ ମନୋଜ ରଥ , ଡ଼। ଅନ୍ନଦା ପ୍ରସାଦ ମହାପାତ୍ର , ଶ୍ରୀମତୀ ଦେବସ୍ମିତା ରଥ , ଡା ମନୋରଞ୍ଜନ ମହାନ୍ତି , ଡ଼ା ପ୍ରଭାତ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବିଭାଗ ମୁଖ୍ୟ କମଳାକାନ୍ତ ଆଚାର୍ଯ୍ୟ ।
ଦ୍ଵିତୀୟ ସତ୍ରରେ ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ତଥ୍ୟ ଭିତ୍ତିକ ଚିତ୍ର ଓ ପୋଷ୍ଟର ଉପସ୍ଥାପନ କରି ରୋଗ ନିଦାନ ସମ୍ବନ୍ଧରେ ବୁଝାଇଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ କିରଣକାନ୍ତ ପଟ୍ଟନାୟକ, ଶକ୍ତି ଶେଖର ଜେନା , ଆଶୁତୋଷ ରାୟ, ଅଭିଷେକ ପ୍ରଧାନ , ଭବାନୀ ସାମନ୍ତରାୟ, ପ୍ରତୀକ୍ଷା ପଣ୍ଡା , ନିରଞ୍ଜନ ନାୟକ, ଶଚିନ୍ଦ୍ର ପ୍ରଧାନ , ସଞ୍ଜୟ ବେହେରା , ରବି ନାରାୟଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।
Related Stories
October 10, 2024