ନୂଆଦିଲ୍ଲୀ– କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଛନ୍ତି ଯେ ମଣିପୁରରେ ସ୍ଥାୟୀ ଶାନ୍ତି ବଜାୟ ରଖିବା ପାଇଁ କେନ୍ଦ୍ର ରୋଡ ମ୍ୟାପ ପ୍ରସ୍ତୁତ କରିଛି ।ଖୁବ ଶୀଘ୍ର ସେଠାରେ ସ୍ଥିତି ସ୍ୱାଭାବିକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ମୋଦି ସରକାରଙ୍କ 100 ଦିନର କାର୍ଯ୍ୟକାଳ ପୁରଣ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଶାହା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ ମୋଦୀ ସରକାରଙ୍କ କାର୍ଯ୍ୟକାଳର ଗତ ତିନି ମାସ ମଧ୍ୟରେ ମଣିପୁରରେ ପ୍ରାୟ ଶାନ୍ତି ରହିଛି।ନିକଟ ଅତୀତରେ କିଛି ଘଟଣା ଘଟିଛି । ଏହି ଘଟଣାର ମୂଳ ହେଉଛି ଭାରତ -ମିଆଁମାର ସୀମା। କେନ୍ଦ୍ର ସରକାର ଏହାର ବାଡ କାମ ଆରମ୍ଭ କରିଛନ୍ତି ଏବଂ 100 ଦିନ ମଧ୍ୟରେ ଆହୁରି 30 କିଲୋମିଟର ପର୍ଯ୍ୟନ୍ତ ବାଡ ନିର୍ମାଣ କରାଯାଇଛି। ଉତ୍ତର -ପୂର୍ବର 1500 କିଲୋମିଟର ସୀମାରେ ବାଡ ପାଇଁ ବଜେଟ ଆବଣ୍ଟନ କରାଯାଇଛି। ଏହା ବ୍ୟତୀତ ମିଆଁମାର ସହିତ ପରିବହନ ସମ୍ବନ୍ଧୀୟ ଚୁକ୍ତିନାମା ଏକତରଫା ଭାବରେ ବାତିଲ କରାଯାଇଛି କେବଳ ଭିସା ଆଧାରରେ ଆସିବାକୁ ଅନୁମତି ଦିଆଯାଇଛି।
Related Stories
October 9, 2024