ନୂଆଦିଲ୍ଲୀ- ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ଟ୍ରାଏଲ କୋର୍ଟରୁ ହାଇକୋର୍ଟ ସ୍ଥାନାନ୍ତର ହୋଇଥିବା ୧୮ ଆବେଦନକୁ ଶୁଣାଣି ଯୋଗ୍ୟ ମାନିବା ନେଇ ଆଲାହାବାଦ ହାଇକୋର୍ଟଙ୍କ ନିଷ୍ପତିକୁ ମୁସଲିମ୍ ପକ୍ଷରୁ ଚ୍ୟାଲେଞ୍ଜ୍ କରି ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ମାମଲାରେ ହିନ୍ଦୁ ପକ୍ଷ ପ୍ରଥମେ କେବିଏଟ ଦାଖଲ କରିଛି । ଆଲାହାବାଦ ହାଇକୋର୍ଟ ଅଗଷ୍ଟ ୧ ତାରିଖରେ ମଥୁରା କୃଷ୍ଣ ଜନ୍ମଭୂମି ଶାହି ଇଦଗାହ ବିବାଦ ମାମଲାରେ ୧୮ ଆବେଦନକୁ ଶୁଣାଣି ଯୋଗ୍ୟ ମାନିଥିଲେ । ହାଇକୋର୍ଟ ଏହି ୧୮ଟି ଆବେଦନ ଉପରେ ଏକ ସଙ୍ଗେ ଶୁଣାଣି ନେଇ ଦାବିକୁ ମଧ୍ୟ ମଞ୍ଜରୀ ପ୍ରଦାନ କରିଥିଲେ । ହିନ୍ଦୁ ପକ୍ଷ ପକ୍ଷରୁ ଦାଖଲ ହୋଇଥିବା ଏହି ୧୮ ଆବେଦନରେ ବିବାଦୀୟ ସ୍ଥଳକୁ ଶ୍ରୀକୃଷ୍ଣ ଜନ୍ମଭୂମି କହି ଏହାକୁ ହିନ୍ଦୁ ମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରାଯାଇଛି ।
Related Stories
October 9, 2024