କୋଲକାତା– ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ହତ୍ୟା ଏବଂ ଦୁଷ୍କର୍ମ ମାମଲାରେ ସିବିଆଇ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ଟାଲା ଥାନାର ଓସି ଅଭିଜିତ ମଣ୍ଡଳଙ୍କୁ ମୁହାଁମୁହିଁ ପଚରାଉଚରା କରିବାକୁ ଯୋଜନା କରିଛି। ତଦନ୍ତକାରୀ ଟିମ ଦାବି କରିଛନ୍ତି ଯେ ଘଟଣା ଦିନ ଅଗଷ୍ଟ 9ରେ ଡାକ୍ତରଙ୍କ ମୃତଦେହ ମିଳିବା ପରେ ସନ୍ଦୀପ ଏବଂ ଅଭିଜିତଙ୍କ ମଧ୍ୟରେ ସର୍ବାଧିକ ବାର୍ତ୍ତାଳାପ ହୋଇଥିଲା, ଯାହା କଲ୍ ଡିଟେଲ୍ସରୁ ଜଣାପଡିଛି। ସିବିଆଇ ଅଧିକାରୀ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦୀପଙ୍କୁ 14 ଥରରେ ପାଖାପାଖି 200 ଘଣ୍ଟା ପଚରାଉଚରା କରାଯାଇଥିବାବେଳେ ,ଅଭିଜିତକୁ 8 ଥରରେ ପ୍ରାୟ 40 ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରାଯାଇଛି। ଏହା ବ୍ୟତୀତ ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଅନୁସନ୍ଧାନକାରୀଙ୍କ ଅନୁଯାୟୀ ,9 ଅଗଷ୍ଟରେ ଡାକ୍ତରଙ୍କ ମୃତଦେହକୁ ସେମିନାର ହଲରୁ ଉଦ୍ଧାର କରାଯିବା ପରେ ସନ୍ଦୀପ ଏବଂ ଅଭିଜିତ ବାରମ୍ବାର ବାର୍ତ୍ତାଳାପ କରିଥିଲେ। କଲ୍ ତଥ୍ୟ ଅନୁସାରେ 9 ରୁ 14 ଅଗଷ୍ଟ ମଧ୍ୟରେ ଉଭୟ ବାରମ୍ବାର ସାକ୍ଷାତ ମଧ୍ୟ ହୋଇଥିଲେ। ଏହି ସମୟରେ ଅଭିଜିତ ଆରଜି କର ହସ୍ପିଟାଲକୁ ବାରମ୍ବାର ଯିବା ଆସିବା କରୁଥିଲେ।
Related Stories
October 9, 2024
October 9, 2024