ଭୁବନେଶ୍ୱର– ବିଶ୍ୱ ଦକ୍ଷତା ପ୍ରତିଯୋଗିତା-2024″ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଅମରେଶ ଓ ଅଖିଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱରେ ଓଡ଼ିଆ ଯୁବଶକ୍ତିଙ୍କ ଦକ୍ଷତା ପ୍ରଦର୍ଶନ । ଫ୍ରାନ୍ସର ଲିଓନ୍ଠାରେ ଅନୁଷ୍ଠିତ “ବିଶ୍ୱ ଦକ୍ଷତା ପ୍ରତିଯୋଗିତା-2024″ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଅମରେଶ କୁମାର ସାହୁ ଏବଂ ଅଖିଳ ଗେଡେଲା ସଫଳତା ହାସଲ କରିଥିବାରୁ ଶୁଭେଚ୍ଛା । ନିଜର ପ୍ରତିଭା ଓ ସାମର୍ଥ୍ୟ ବଳରେ ଅକ୍ଷୟ ଉର୍ଜା ଓ ଜଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଭୟ ଏହି ସଫଳତା ହାସଲ କରିଛନ୍ତି । ଏହା ଆମ ଓଡ଼ିଶା ଓ ଭାରତ ପାଇଁ ଗର୍ବର ବିଷୟ । ତାଙ୍କ ଦ୍ୱାରା ଅନେକ ଦକ୍ଷ ଯୁବଶକ୍ତି ଆଗକୁ ବଢିବା ପାଇଁ ପ୍ରେରିତ ହେବେ । ଅମରେଶ ଓ ଅଖିଳଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
Related Stories
October 6, 2024
October 6, 2024