କୋଲକାତା-ସରକାରଙ୍କ ଜିଦ ଆଗରେ ରାଜ୍ୟରେ ଚାଲିଥିବା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଦିନକୁ ଦିନ କଠୋର ହେବାକୁ ଲାଗିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟାଳୟ ଆଗରେ କ୍ରମାଗତ ପାଞ୍ଚ ଦିନ ଧରି ଡାକ୍ତରମାନେ ରାସ୍ତାରେ ଜମା ହୋଇଛନ୍ତି । ସେମାନେ ରାସ୍ତାରେ ଚାରି ରାତି ବିତାଇଛନ୍ତି ଏବଂ ଶନିବାର ସକାଳେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟାଳୟ ନିକଟରେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଶୁକ୍ରବାର ଅପରାହ୍ନରେ ଲଗାତାର ବର୍ଷା ଆରମ୍ଭ ହୋଇ ଶନିବାର ସକାଳ ପର୍ଯ୍ୟନ୍ତ ଜାରି ରହିଛି କିନ୍ତୁ ଡାକ୍ତରଙ୍କ ମନୋବଳ କମ ହୋଇନାହିଁ। ଜୁନିୟର ଡାକ୍ତର ପ୍ରବଳ ବର୍ଷା ସତ୍ତ୍ୱେ ମଧ୍ୟ ସ୍ୱାସ୍ଥ୍ୟ ଭବନ ସମ୍ମୁଖରେ ନିଜର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି।
Related Stories
October 6, 2024