ଭୁବନେଶ୍ୱର– ଭଂଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛି । ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଏହି ଚଢାଉରେ 7ଜଣ ଡିଏସପି, 5 ଇନସପେକ୍ଟର ଓ ଅନ୍ୟ ଷ୍ଟାଫମାନେ ସାମିଲ ହୋଇଛନ୍ତି । ଭଂଜନଗର ଓ ବ୍ରହ୍ମପୁରର ମୋଟ୍ ୯ଟି ସ୍ଥାନରେ ରେଡ୍ ହୋଇଛି । ଭଂଜନଗରର ଭେଜିପୁଟରେ 3ମହଲା ବାସଭବନ, ତୁଳସୀନଗରରେ 4 ମହଲା ବିଲ୍ଡିଂ, ଭେଜିପୁଟରେ ଆଉ ଏକ ବିଲ୍ଡିଂ, ଭଂଜନଗର ଏନଏସିରେ ଦୁଇମହଲା ନିର୍ମାଣଧୀନ ଘର, ଭଂଜନଗରରେ ତିନିମହଲା ବିଶିଷ୍ଟ ଆଉ ଏକ ଘର, ରଘୁନାଥ ବିହାରରେ ସଂପର୍କୀୟଙ୍କ ଘର, ବାଗଦେବୀ ରୋଡରେ ସଂପର୍କୀୟଙ୍କ ଘର, ଭଂଜନରରେ ଥିବା କାର୍ଯ୍ୟାଳୟ ଓ ଗଂଜାମ ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଚଢାଉ କରିଛି ।
Related Stories
October 10, 2024