ଭୁବନେଶ୍ୱର, ଯେଉଁ ରାଜସ୍ବ ଗ୍ରାମକୁ ବିଦ୍ୟୁତ ଯାଇନଥିବ ମାର୍ଚ୍ଚ ୨୦୨୫ ସୁଦ୍ଧା ଉକ୍ତ ସବୁ ରାଜସ୍ବ ଗ୍ରାମକୁ ବିଜୁଳି ସଂଯୋଗ ହେବ। ଗୃହରେ ଉପ ମୁଖ୍ୟ ମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ ଆଜି ପ୍ରଶ୍ନକାଳରେ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଏହି ଘୋଷଣା କରିଛନ୍ତି ।
ସେହିପରି ନିୟମିତ ଜିଲ୍ଲା ଇଲେକ୍ଟ୍ରିକ କମିଟି ବୈଠକ ବସୁନଥିବା ନେଇ ବିଜେଡି ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ପ୍ରଶ୍ନ ରେ ମନ୍ତ୍ରୀ କହିଥିଲେ ଆପଣଙ୍କ ୨୪ବର୍ଷ ସରକାର ରେ କାହିଁକି ବୈଠକ ବସୁନଥିଲା । ତେବେ ବର୍ତମାନ ସରକାରରେ ପ୍ରତି ୩ମାସରେ କମିଟି ବୈଠକ ବସିବାକୁ ସୁନିଶ୍ଚିତ କରାଯିବ ବୋଲି ଶ୍ରୀ ସିଂହଦେଓ କହିଥିଲେ ।
ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ରେ ୩୦୦ୟୁନିଟ ମାଗଣା ବିଜୁଳି ମିଳିପାରିବ ବୋଲି ମନ୍ତ୍ରୀ କହିଥିଲେ। ଟାଟା ପାୱାର ଜୋର କରି ଜରିମାନା ଆଦାୟ କରୁଥିବା ନେଇ ଅଭିଯୋଗ ଆଣିଥିଲେ ବିଧାୟକ ସନ୍ତୋଷ ଖଟୁଆ ଏବଂ ରୋମାଞ୍ଚ ରଞ୍ଜନ ବିଶ୍ବାଳ। ମନ୍ତ୍ରୀ କହିଥିଲେ ଜୋରିମାନା ଆଦାୟ କରିବା ଏବଂ ଜୋରିମାନା କମ କରିବା କ୍ଷମତା ଟାଟା ପାୱାର କ୍ଷମତା ରହିଛି। କିନ୍ତୁ ହୁକିଂ କରି ବ୍ୟବହାର କରିବା ଅଧିକାର ନାହିଁ ବୋଲି କହିଥିଲେ। ବକେୟା ବିଲ ବିଳମ୍ବରେ ଦେବା ପାଇଁ ଟାଟା ପାୱାର ସହିତ ଆଲୋଚନା ହେବ ବୋଲି ମନ୍ତ୍ରୀ ଗୃହ ରେ କହିଥିଲେ।
ଯାଜପୁର ବିଧାୟକ ସୁଜାତା ସାହୁ ଏକ ୫ଟି ସ୍କୁଲ ବିଜୁଳି ବିଲ୍ ଦେଇ ନପାରିବାରୁ ଲାଇନ କାଟି ଦିଆଯାଇଛି ବୋଲି କହିବା ସହ ଉକ୍ତ ସ୍କୁଲର ବିଜୁଳି ବିଲ୍ ଛାଡ ନେଇ କିଛି ବ୍ୟବସ୍ଥା କରାଯିବା ନେଇ ପ୍ରଶ୍ନ କରିଥିଲେ? ଏହାର ଉତ୍ତରରେ ମନ୍ତ୍ରୀ ଏହାକୁ ୫ଟି ସକ୍ ଲାଗିଛି ବୋଲି କହିଥିଲେ। ବକେୟା ବିଜୁଳି ବିଲ୍ ପାଇଁ ସବୁ ପଞ୍ଚାୟତ କୁ ୧୦୫ କୋଟି ଟଙ୍କା ଦିଆଯାଇଛି। ପଞ୍ଚାୟତ ସହିତ ଆଲୋଚନା କରନ୍ତୁ ନଚେତ୍ ଗଣଶିକ୍ଷା ମନ୍ତ୍ରୀ ଙ୍କ ସହିତ ଆଲୋଚନା ପାଇଁ ଉପମୁଖ୍ୟ ମନ୍ତ୍ରୀ କହିଥିଲେ।