ବର୍ଧମାନ– ପଶ୍ଚିମ ବର୍ଦୱାନ ଜିଲ୍ଲାର ଆସାନସୋଲରେ ଅପରାଧି ମାନେ ରେଳ ଘର ଉପରେ ଆକ୍ରମଣ କରି ବୁଧବାର ସକାଳେ ଲୁଟ୍ କରିଥିଲେ। ଏହି ଘଟଣା ଉକ୍ତ ଅଂଚଳରେ ବିରାଟ ଆତଙ୍କ ସୃଷ୍ଟି କରିଥିଲା।
ସୂଚନାନୁସାରେ, ବୁଧବାର ସକାଳେ ରେଳ କର୍ମଚାରୀଙ୍କ ଅନୁପସ୍ଥିତିରେ ଅସାନସୋଲ ଦକ୍ଷିଣ ପୋଲିସ ଷ୍ଟେସନ ଅନ୍ତର୍ଗତ ଦୋମୋହନି ରେଳ କଲୋନୀରେ ବନ୍ଧୁକ ମୁନରେ ଅପରାଧୀ ମାନେ ରେଳ ନିବାସରୁ ଲୁଟ୍ କରିଥିଲେ। ରେଳ କର୍ମଚାରୀ ଭୁପେନ୍ଦ୍ର କୁମାରଙ୍କ ପତ୍ନୀ ଶ୍ୱେତା ସିଂ ତାଙ୍କ ଦୁଇ ପୁଅଙ୍କ ସହ ଘରେ ଶୋଇଥିଲେ। ଅପରାଧୀମାନେ ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ରେଳ ନିବାସ ଭିତରକୁ ପ୍ରବେଶ କରିଥିଲେ। ଯେତେବେଳେ ସେ ଶବ୍ଦ ଶୁଣିବା ପରେ ଉଠିଲେ, ଦୁଇଜଣ ଅପରାଧୀ ସେମାନଙ୍କ ମୁହଁରେ କପଡା ବାନ୍ଧି ତାଙ୍କୁ ଚୁପଚାପ୍ ଶୋଇବାକୁ କହିଥିଲେ। ଏହା ପରେ ସେମାନେ ଆଲମାରୀର ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ସମେତ ନଗଦ ଲକ୍ଷ ଲକ୍ଷ ମୂଲ୍ୟର ସାମଗ୍ରୀ ନେଇ ପଳାଇଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆସନସୋଲ ଦକ୍ଷିଣ ପୋଲିସ ଷ୍ଟେସନ ତଦନ୍ତ ଆରମ୍ଭ କରିଛି।
Related Stories
October 6, 2024