ନୂଆଦିଲ୍ଲୀ– ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ମହାରାଷ୍ଟ୍ରର ପୁଣେରେ ସିମ୍ବାୟୋସିସି ବିଶ୍ୱବିଦ୍ୟାଳୟର ପ୍ରଫେସର, ଅଧ୍ୟାପକ ଓ ପୂର୍ବତନ ଛାତ୍ରଙ୍କୁ ଶିକ୍ଷା ପ୍ରଣାଳୀରେ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ସିମ୍ବାୟୋସିସ ଇଂଟର ନ୍ୟାସନାଲ ଡିମ୍ଡ ୟୁନିଭର୍ସିଟିର 21ତମ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରି କହିଛନ୍ତି ଯେ, ବର୍ଷ ବର୍ଷର ଗବେଷଣାରୁ ନୂଆ ଆବିଷ୍କାର ହୋଇଥାଏ ଏବଂ ଚ୍ୟାଲେଂଜର ନୂଆ ସମାଧାନ ମିଳିଥାଏ । ଭାରତର ରିସର୍ଚ୍ଚ ସ୍କଲାର କେବଳ ଦେଶ ନୁହେଁ, ପୂରା ବିଶ୍ୱର ସମସ୍ୟାର ସମାଧାନର ତଲାସ କରନ୍ତି । ଜାତୀୟ ଶିକ୍ଷା ନୀତିରେ ବି ଗବେଷଣାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି । ବିଶ୍ୱବିଦ୍ୟାଳୟରେ ଜଳ ସମ୍ବଳ ପ୍ରବନ୍ଧନ, ଷ୍ଟେମ ସେଲ୍, ନୈନୋସାଇନ୍ସ ଓ ଜଳବାୟୁ ପରିବର୍ତନ ସହିତ ଅନେକ ବିଷୟରେ ବହୁ ଗବେଷଣା କେନ୍ଦ୍ର କାମ କରୁଥିବା ଜାଣି ସେ ଖୁସି ବ୍ୟକ୍ତ କରିଛନ୍ତି ।
Related Stories
October 6, 2024