ଭୁବନେଶ୍ୱର, ଆଜି ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍- ଉଷା)ର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ର ବୁଝାମଣା ପତ୍ର ସ୍ବାକ୍ଷର ସମାରୋହରେ ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର ଏବଂ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ର ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶି ସୁରଜଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମ କୃଷି ଭବନ ଅଡିଟୋରିୟମ ଅନୁଷ୍ଠିତ ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇ ଲେଖିଛନ୍ତି ଯେ, ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରର ସାମଗ୍ରିକ ଉନ୍ନତି ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି।ଓଡ଼ିଶାରେ ଶିକ୍ଷା କ୍ଷେତ୍ରର ବିକାଶକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଉଛି।
ସେ କହିଛନ୍ତି ଯେ ପିଏମ୍ – ଉଷା କାର୍ଯ୍ୟକାରୀ ହେବା ଦ୍ୱାରା ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ବୃଦ୍ଧି, ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ। ଓଡ଼ିଶାର ଛାତ୍ରଛାତ୍ରୀ ଏହା ଦ୍ୱାରା ବିଶେଷ ଉପକୃତ ହେବେ ଏବଂ ଏକବିଂଶ ଶତାବ୍ଦୀରେ ଓଡ଼ିଆ ପିଲା ହିଁ ବିଶ୍ୱର ନେତୃତ୍ୱ ନେବେ ବୋଲି ମୁଁ ଆଶାବାଦୀ ବୋଲି ସେ କହିଛନ୍ତି ।