ଭୁବନେଶ୍ୱର ,୧୯୯୨ ଠାରୁ ଏଯାବତ୍ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ଦେଇଛନ୍ତି ।
ସେ କହିଛନ୍ତି ଯେ, ୧୯୯୨ରେ କଟକରେ ସର୍ବାଧିକ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୨ରେ ଭୁବନେଶ୍ୱର ଉପକଣ୍ଠ ଟୁକୁଲିପଡ଼ାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା । 2୦୦୧ରେ ପୁରୀରେ ୨୦, ୨୦୦୬ରେ ଗଞ୍ଜାମରେ ୧୯ ଜଣଙ୍କ ମୃତ୍ୟୁ । ନିର୍ବାଚନ ବେଳେ ଭଦ୍ରକ ତିହିଡ଼ିରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା ।
ସେ କହିଛନ୍ତି ଯେ ଗ୍ରାମାଞ୍ଚଳରେ ୪୩୩ଟି ଦେଶୀଭାଟି ଅଛି । ୨୨୭ କୋଟିର ରାଜସ୍ୱ ଆଦାୟ ହୋଇଛି । ପାଉଚ ଉତ୍ପାଦନ ପାଇଁ ୪୯୦ ମଦଭାଟିକୁ ଲାଇସେନ୍ସ ଦିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ୨୩ କୋଟି ଲିଟର ମହୁଲି ମଦ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି ।