କୁପୱାଡା– ଜମ୍ମୁ କଶ୍ମୀରର କୁପୱାଡା ଜିଲ୍ଲାରେ ଦୁଇଟି ସ୍ଥାନରେ ହୋଇଥିବା ଗୁଳି ବିନିମୟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବାର ସମ୍ଭାବନା ରହିଛି । ଏହି ସୂଚନା ସେନାର ମୁଖପାତ୍ର ଆଜି ସକାଳେ ଦେଇଛନ୍ତି । ଅନୁପ୍ରବେଶ ସମ୍ଭାବନା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୋଲିସ ବୁଧବାର ମଧ୍ୟରାତିରେ ମଚ୍ଛଲ ଅଂଚଳରେ ମିଳିତ ଅଭିଯାନ ଆରମ୍ଭ କରିଥିଲେ । ପାଗ ଖରାପ ସତ୍ତ୍ୱେ ସନ୍ଦିଗ୍ଧ ଗତିବିଧି ଜଣାପଡିବା ପରେ ସୈନିକମାନେ ଗୁଳି ଚଳାଇଥିଲେ । ଏହି କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସମ୍ଭାବନା ରହିଛି । ଏହା ବ୍ୟତୀତ ତଙ୍ଗଧାରରେ ଅଭିଯାନ ସମୟରେ ଜଣେ ଆତଙ୍କବାଦୀ ନିହତ ହେବାର ସମ୍ଭାବନା ରହିଛି । ଏବେ ବି ଦୁଇଟି ସ୍ଥାନରେ ତଲାସୀ ଅଭିଯାନ ଜାରି ରହିଛି ।