ନୁଆଦିଲ୍ଲୀ -ଆଫଗାନିସ୍ଥାନରେ ଭୁମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲର ଭୁମିକମ୍ପର ତୀବ୍ରତା 5.7।ଜାତୀୟ ଭୁକମ୍ପ କେନ୍ଦ୍ର ତଥ୍ୟ ଅନୁସାରେ ଗୁରୁବାର 11ଟା 26 ରେ କାବୁଲରୁ 277 କିଲୋମିଟର ଉତ୍ତର ପୁର୍ବରେ 255 କି.ମି ଗଭୀରତାରେ ଭୁମିକମ୍ପ ଅନୁଭୁତ ହୋଇଛି। ଭୁକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.7। ଭୁକମ୍ପର ଝଟକା ଆଫଗାନିସ୍ଥାନ ସମେତ ଭାରତ ଏବଂ ପାକିସ୍ଥାନରେ ମଧ୍ୟ ଅନୁଭୁତ ହୋଇଛି।ଦିଲ୍ଲୀ ଏନସିଆର ଏବଂ ରାଜସ୍ଥାନର କିଛି ଅଞ୍ଚଳରେ ଭୁକମ୍ପ ଅନୁଭୁତ ହୋଇଛି। ଏହା ସହ ପାକିସ୍ଥାନରେ ମଧ୍ୟ ଭୁମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି।ପାକିସ୍ଥାନରେ ହୋଇଥିବା ଭୁମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.4 ବୋଲି ଆକଳନ କରାଯାଉଛି।