ନୁଆଦିଲ୍ଲୀ -ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି।ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ମୃତ୍ୟବରଣ କରିଛନ୍ତି।ପୁଣି ଥରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଛି।ଏହି ଆକ୍ରମଣରେ ରୁଷ କ୍ଷେପଣାସ୍ତ୍ର ଓ ଡ୍ରୋନ ବ୍ୟବହାର କରିଛି।ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।ୟୁକ୍ରେନରେ ରୁଷର ଏୟାର ଷ୍ଟ୍ରାଇକ ବିରୋଧରେ ଦେଶବ୍ୟାପୀ ଚେତାବନୀ ଦିଆଯାଇଛି।ସୋମବାର ୟୁକ୍ରେନ ସେନା କହିଛନ୍ତି ରୁଷ ୟୁକ୍ରେନ ଉପରେ ଏକ ବୃହତ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି।ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।ୟୁକ୍ରେନ ସେନା କହିଛନ୍ତି ଯେ ପଶ୍ଚିମୀ ଲୁଟସ୍କ,ପୁର୍ବୀ ନିପର ଆଉ ଦକ୍ଷିଣୀ ଜାପୋରିଜ୍ଜିୟା ଅଞ୍ଚଳରେ ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ସୁଚନାନୁସାରେ ରୁଷର ଡ୍ରୋନର ଅନେକ ଗୋଷ୍ଠୀ ୟୁକ୍ରେନର ପୁର୍ବ ,ଉତ୍ତର ,ଦକ୍ଷିଣ,ଏବଂ କେନ୍ଦ୍ରୀୟ ଅଞ୍ଚଳ ଆଡକୁ ଯାଉଥିଲେ ଏବଂ ଏହାପରେ ଅନେକ କ୍ରୁଜ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ମଧ୍ୟ ଏହି ଆକ୍ରମଣ ମଧ୍ୟ ରାତ୍ରିରୁ ଆରମ୍ଭ ହୋଇଥିଲା ଏବଂ ଏବେ ମଧ୍ୟ ଜାରି ରହିଛି।ଅନେକ ସପ୍ତାହ ମଧ୍ୟରେ ୟୁକ୍ରେନ ବିରୋଧରେ ଏହା ରୁଷର ବଡ ଆକ୍ରମଣ ବୋଲି ଜଣାପଡିଛି।ସ୍ଥାନୀୟ ଅଧିକାରୀ ଉତ୍ତର ପଶ୍ଚିମ ସହର ଲୁଟସ୍କରେ ବିସ୍ଫୋରଣ ହୋଇଥିବା ସୁଚନା ଦେଇ କହିଛନ୍ତି ଏକ ଆପାର୍ଟମେଣ୍ଟ ବ୍ଲକ କ୍ଷତିଗ୍ରସ୍ତ ହୋଇଛି ଓ ସେଥିରେ ଜଣଙ୍କର ମୃତ୍ୟୁ ହୋଇଛି।ଓଡେଶା ଓ ଜାପୋରିଜିଆର ଦକ୍ଷିଣ ଅଞ୍ଚଳ ଆଉ ଖାକିଭର ଉତ୍ତର ଅଞ୍ଚଳର ରାଜ୍ୟପାଳମାନେ ସେମାନଙ୍କ ଅଞ୍ଚଳରେ ବିସ୍ଫୋରଣକୁ ନିଶ୍ଚିନ୍ତ କରିଛନ୍ତି।ଟେଲିଗ୍ରାମର ଏକ ବାର୍ତ୍ତାରେ ସେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅନୁରୋଧ କରିଛନ୍ତି।
Related Stories
October 9, 2024