ନୂଆଦିଲ୍ଲୀ– କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସରକାରୀ କର୍ମଚାରୀଙ୍କ ପାଇଁ ଅଣାଯାଇଥିବା ନୂଆ ପେନସନ ଯୋଜନାକୁ ବିରୋଧୀଙ୍କ ଶକ୍ତିର ଫଳ ବୋଲି କହିଛନ୍ତି । ଖଡଗେ କହିଛନ୍ତି ଯେ, ୟୁପିଏସରେ ୟୁ ର ଅର୍ଥ ହେଉଛି ୟୁ ଟର୍ନ । ସେ କହିଛନ୍ତି ଯେ, ଜୁନ 4 ପରେ ପ୍ରଧାନମନ୍ତ୍ରୀଙ୍କ କ୍ଷମତାର ଅହଂକାର ଉପରେ ଜନତାଙ୍କ ଶକ୍ତି ଭାରି ପଡିଥିଲା । ଏହାପର ଠାରୁ ଲଂଚ ଟର୍ମ କ୍ୟାପିଟାଲ ଗେନ/ଇଣ୍ଡେକ୍ସେସନ ସଂପର୍କରେ ବଜେଟରେ ରୋଲବ୍ୟାକ ହୋଇଥିଲା । ୱାକଫ ବିଲକୁ ଜେପିସି ନିକଟକୁ ପଠାଗଲା, ବ୍ରଡକାଷ୍ଟ ବିଲ୍ ଓ ଲେଟେରାଲ ଏଂଟ୍ରିକୁ ରୋଲବ୍ୟାକ କରାଗଲା । ବିରୋଧୀ ଉତରଦାୟୀ ସୁନିଶ୍ଚିକ କରିବାକୁ ପଡିବ ଏବଂ 140 କୋଟି ଭାରତୀୟଙ୍କୁ ଏହି ନିରଙ୍କୁଶ ସରକାରରୁ ବଂଚାଇବ ।
Related Stories
October 6, 2024